ଶାହାରୁଖ୍, ଦୀପିକା ଏବଂ ପ୍ରଭାସ ସବୁ ରହିଗଲେ ପଛରେ, ନମ୍ବର ୧ରେ ରହିଲେ ଏହି ଅଭିନେତ୍ରୀ
ପ୍ରତିବର୍ଷ IMDB ମୋଷ୍ଟ ପପୁଲାର ଷ୍ଟାର ଲିଷ୍ଟ ଜାରି କରିଥାଏ । ଏହି ବର୍ଷ ମଧ୍ୟ ମୋଷ୍ଟ ପପୁଲାର ଷ୍ଟାର୍ ଅଫ ଦି ଇୟର ଲିଷ୍ଟ ସାମ୍ନାକୁ ଆସିଛି । କିନ୍ତୁ ଏହି ବର୍ଷ ଲିଷ୍ଟରେ ଶାହାରୁଖ ଖାନ୍, ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ଭଳି ଷ୍ଟାରମାନଙ୍କର ନାମ ଟପରେ ନାହିଁ । ତେବେ ୧ ନମ୍ବରରେ କିଏ ଅଛନ୍ତି କି? ବାସ୍ତବରେ ରଣବୀର କପୁରଙ୍କ ଫିଲ୍ମ ଆନିମଲ ମାଧ୍ୟମରେ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ୧ ନମ୍ବରରେ ଅଛନ୍ତି ।
IMBb ଦ୍ବାରା ଜାରି କରାଯାଇଥିବା ଲିଷ୍ଟ ଅନୁସାରେ ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ବଲିଉଡରେ କିଛି ବଡ ନାମକୁ ପରାସ୍ତ କରି ୨୦୨୪ର ସବୁଠାରୁ ପପୁଲାର ଭାରତୀୟ ଅଭିନେତ୍ରୀ ହୋଇପାରିଛନ୍ତି । ଏହି ରାଙ୍କିଙ୍ଗରେ ତ୍ରିପ୍ତି ଡିମ୍ରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ତ୍ରିପ୍ତି ଡିମ୍ରି ଏଥି ପାଇଁ ନିଜର ଦର୍ଶକ ଏବଂ ଫ୍ୟାନ୍ସଙ୍କୁ ସମସ୍ତ କ୍ରେଡିଟ୍ ଦିଅନ୍ତି । IMBb ଗତକାଲି Top 10 ପପୁଲାର ସେଲିବ୍ରେଟିଙ୍କର ଲିଷ୍ଟ ଜାରି କରିଛି । ଏହି ଲିଷ୍ଟରେ IMBb କୁ ପ୍ରତି ମାସରେ ୨୫୦ ମିଲିୟନରୁ ଅଧିକ ଲୋକ ଫଲୋ କରୁଥିଲେ ।
IMBb ର ଲିଷ୍ଟରେ ପ୍ରଥମ ନମ୍ବର ତ୍ରିପ୍ତି ଡିମ୍ରି, ଦିତୀୟରେ ଦୀପିକା ପାଦୁକୋନ୍, ତୃତୀୟରେ ଇଶାନ ଖଟ୍ଟର, ଚତୁର୍ଥରେ ଶାହାରୁଖ ଖାନ୍, ପଞ୍ଚମରେ ଶୋଭିତା ଧୂଲିପାଲା, ଷଷ୍ଠରେ ଶାରଭାରୀ ୱାଗ୍, ସପ୍ତମରେ ଐଶ୍ୱର୍ଯ୍ୟା, ଅଷ୍ଟମ ସ୍ଥାନରେ ସାମନ୍ଥା ରୁଥ୍ ପ୍ରଭୁ, ନବମରେ ଆଲିଆ ଭଟ୍ଟ ଏବଂ ଦଶମ ସ୍ଥାନରେ ପ୍ରଭାସଙ୍କ ନାମ ସାମିଲ ଅଛି ।
ଏହି ସଫଳତା ପାଇଁ ତ୍ରୁପ୍ତି ଧନ୍ୟବାଦ ଅର୍ପଣ କରି କହିଛନ୍ତି, ଯେ ଲିଷ୍ଟରେ ୧ ନମ୍ବରରେ ଆସିବା ହେଉଛି ଏକ ବହୁତ ବଡ ସମ୍ମାନ । ଏହିସବୁ ମୋର ଫ୍ୟାନ୍ସଙ୍କ ପ୍ରେମ, ସପୋର୍ଟ ଏବଂ ସମସ୍ତ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇଛି ।
ତ୍ରୁପ୍ତି ଡିମ୍ରିଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ରଣବୀର କପୁରଙ୍କ ଫିଲ୍ମ ଆନିମଲରେ ଭାବି ନମ୍ବର 2 ରେ ଅଭିନୟ କରି ରାତାରାତି ସେନ୍ସେସ୍ ହୋଇଥିଲେ । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ସହ ଅନେକ ଇଣ୍ଟିମେଣ୍ଟ ସିନ୍ କରିଥିଲେ । ଏହା ବ୍ୟତୀତ ସେ ରାଜକୁମାର ରାଓଙ୍କ ସହ ଭିକି ଭିଦ୍ୟାଙ୍କ ଭିଡିଓ, ଭିକି କୌଶଳ ଏବଂ ଏମି ବିର୍କଙ୍କ ସହିତ ବ୍ୟାଡ୍ ନ୍ୟୁଜ୍ । ଏହାସହ ବର୍ତ୍ତମାନ ଥିଏଟର୍ସରେ ଫିଲ୍ମ ଭୁଲ୍ ଭୁଲେୟା 3 ରେ ହିଟ୍ ହୋଇଥିବା ନଜରରେ ଆସିଛି ।