‘ସ୍ପିରିଟ୍’ ଫିଲ୍ମରେ ପ୍ରଭାସଙ୍କ ହିରୋଇନ ହେବେ ତୃପ୍ତି, ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ

ଆଜିକାଲି ସଫଳତାର ଶୀର୍ଷରେ ଅଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍ରି । ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି  ।  ପ୍ରଭାସଙ୍କ ଅପକମିଂ ମେଗା ବଜେଟ୍ ଫିଲ୍ମ ‘ସ୍ପିରିଟ୍’କୁ ନେଇ ସବୁଠି ବେଶ୍ ଚର୍ଚ୍ଚା ହେଉଛି ।  ଏନେଇ ପ୍ରଶଂସକମାନେ ଫିଲ୍ମକୁ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।  ପୂର୍ବରୁ ଏହି ଫିଲ୍ମରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନଙ୍କୁ ଦର୍ଶକ ବଡ ପରଦାରେ ଦେଖିଥାନ୍ତେ କିନ୍ତୁ ଦୀପିକାଙ୍କୁ ଏବେ ‘ସ୍ପିରିଟ୍’ରେ ଦେଖିବାକୁ ମିଳିବ ନାହିଁ ।

ତୃପ୍ତି ଡିମ୍ରି ଏଥିରେ ଏଣ୍ଟ୍ରି କରିଛନ୍ତି  ।  ‘ଆନିମଲ୍’ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଦ୍ୱାରା ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି ତୃପ୍ତି ଏବେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଚାହିଦା ଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାମ ଆସିଲାଣି  ।  ଆପଣଙ୍କୁ କହି ରଖୁଛୁ ଯେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ସ୍ପିରିଟ୍, ଯେଉଁଥିରେ ସୁପରଷ୍ଟାର ପ୍ରଭାସଙ୍କ ବିପକ୍ଷରେ ତୃପ୍ତି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।
ପ୍ରଯୋଜକ ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଆନୁଷ୍ଠାନିକ ଭାବରେ ତୃପ୍ତିଙ୍କୁ ସ୍ପିରିଟ୍, ର ଦୁନିଆକୁ ସ୍ୱାଗତ କରିଥିଲେ ।

ଏହି ଅବସରରେ, ତୃପ୍ତି ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କର ଉତ୍ସାହ ସେୟାର କରି ଲେଖିଛନ୍ତି, “ଏବେ ବି ବିଶ୍ୱାସ କରିପାରୁନାହିଁ… ଏହି ଯାତ୍ରାର ଏକ ଅଂଶ ହେବା ପାଇଁ ମୋତେ ବିଶ୍ୱାସ କରିବା ପାଇଁ ଧନ୍ୟବାଦ । ଧନ୍ୟବାଦ ସନ୍ଦୀପ ରେଡ୍ଡୀ ଭାଙ୍ଗା, ଆପଣଙ୍କ ଦୃଷ୍ଟିକୋଣର ଏକ ଅଂଶ ହୋଇ ମୁଁ ସମ୍ମାନିତ ଅନୁଭବ କରୁଛି ବୋଲି କହିଛନ୍ତି ତୃପ୍ତି ।

ତେବେ ପ୍ରଥମ ଥର ପାଇଁ ତୃପ୍ତି ଏବଂ ପ୍ରଭାସ ଏକାଠି ସ୍କ୍ରିନ୍ ସେୟାର କରିବେ ।  ଯାହା ପୂର୍ବରୁ ଥିବା ଏହି ଚମତ୍କାର ଷ୍ଟାରକାଷ୍ଟଙ୍କ ଚମକକୁ ଆହୁରି ବୃଦ୍ଧି କରିବ । ଏହି ନୂତନ ସଫଳତା ସହିତ, ଶିଳ୍ପରେ ତୃପ୍ତିଙ୍କ ସ୍ଥିତି ଆହୁରି ମଜବୁତ ହୋଇଛି । ଏହି ଫିଲ୍ମରେ ବଲିଉଡ୍ ଡିଭା ଦୀପିକା ପାଦୁକୋଣଙ୍କ ସ୍ଥାନ ନେଇଛନ୍ତି ତୃପ୍ତି ।

ଆଜିର ପିଢ଼ି ମାନଙ୍କ ମଧ୍ୟରେ ତୃପ୍ତି ନିଶ୍ଚିତ ଭାବରେ ପରବର୍ତ୍ତୀ ବଡ଼ ସୁପରଷ୍ଟାର ଭାବରେ ସାମନାକୁ ଆସିଛନ୍ତି । ବର୍ତ୍ତମାନ, ସେ ଇମତିଆଜ୍ ଅଲ୍ଲୀ ଏବଂ ବିଶାଲ ଭରଦ୍ୱାଜଙ୍କ ପରି ଦେଶର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସହ କାମ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଶାହିଦ୍ କପୁର, ଫହାଦ୍ ଫାସିଲ୍ ଏବଂ ଏବେ ପ୍ରଭାସଙ୍କ ଭଳି ବଡ଼ ଷ୍ଟାରଙ୍କ ସହ ନଜର ଆସିବେ ।

ତାଙ୍କର ପ୍ରଭାବଶାଳୀ ପ୍ରୋଜେକ୍ଟ ଲାଇନଅପ୍ ଦେଖି, ପ୍ରଶଂସକମାନେ ଏଥର ବଡ଼ ପରଦାରେ “ସ୍ପିରିଟ୍”ରେ ତାଙ୍କର ପ୍ରଥମ ଲୁକ୍ ଏବଂ ପ୍ରଭାସଙ୍କ ସହ ତାଙ୍କର କେମେଷ୍ଟ୍ରି ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Also read: ପ୍ରଭାସଙ୍କ ଫିଲ୍ମ “ସ୍ପିରିଟ୍”ରୁ ଓହରି ଗଲେ କି ଦୀପିକା, ଅଭିନେତ୍ରୀଙ୍କ ସର୍ତ୍ତରେ ଅସନ୍ତୁଷ୍ଟ ଥିଲେ…