ଟ୍ଵିଟ୍ ପାଇଁ ଟ୍ରୋଲ ଦବଙ୍ଗ ଖାନ୍

ମୁମ୍ବାଇ : ବଲିଉଡ଼ ଟାଇଗର ସବୁ ବେଳେ ସୋସିଆଲ ମିଡ଼ିଆ ଜରୀଆରେ ନିଜ ଫ୍ଯାନ୍ସଙ୍କ ସହ ଜଡ଼ିତ ରହିଥାନ୍ତି। ତେବେ ଏବେ ନିକଟରେ ନିଜର ଆଗାମୀ ଫିଲ୍ମ ଭାରତର ଶୁଟିଂରେ ବ୍ଯସ୍ତ ରହିଥିବା ବେଳେ ଏକ ଟ୍ବିଟ୍ ପାଇଁ ଟ୍ରୋଲ ହୋଇଛନ୍ତି ବଲିଉଡ଼ର ଭାଇଜାନ୍। ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପରଲୋକରେ ଟ୍ବିଟରରେ ଦୁଃଖପ୍ରକାଶ କରିଥିଲେ ସଲମାନ ଖାନ୍। ବାଜପେୟୀଙ୍କ ମୃତ୍ୟୁର ୫ଦିନ ପରେ ଏହି ଟ୍ଵିଟ କରିଛନ୍ତି ସଲମାନ।
ଲେଖିଛନ୍ତି ଅଟଳଜୀଙ୍କ ଭଳି ଗ୍ରେଟ ଲିଡର, ମହାନ ରାଜନେତା, ବକ୍ତା ଓ ଜଣେ ଅସାଧାରଣ ମଣିଷକୁ ହରାଇବାର ଦୁଃଖ ଅନୁଭବ ହେଉଛି। ସଲମାନଙ୍କ ଏହି ସମାୟାନୁବର୍ତ୍ତିତା ଦେଖି ଫ୍ଯାନଙ୍କ ଅନେକ ମେସେଜ ସଲମାନଙ୍କ ପାଖକୁ ଆସିଛି। ଅଗଷ୍ଟ ୧୬ରେ ବାଜପେୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ପାଞ୍ଚ ଦିନ ପରେ ଦୁଃଖ ଜଣାଇଛନ୍ତି ଦବଙ୍ଗ ଖାନ । ଏବେ ମାଲଟାରେ ଅଭିନେତ୍ରୀ କଟ୍ରିନାଙ୍କ ସହ ଭାରତର ସୁଟିଂ କରୁଛନ୍ତି ସଲମାନ।
Truly a sad feeing to have lost a great leader, noble politician, orator and an exceptional human being like Atal ji .
— Salman Khan (@BeingSalmanKhan) August 21, 2018