ଅନଲାଇନ ଫିଲ୍ମ ଡାଉନଲୋଡକାରୀଙ୍କୁ ସାବାଡ୍ କଲେ ଉରି ଟିମ୍

ମୁମ୍ବାଇ : ପାଇରେସି ୱେବସାଇଟ୍‌ torrent ରେ ଫିଲ୍ମ ଉରି । ଯାହାକୁ ନେଇ କିଛି ମଜାଦାର ଘଟଣା ଘଟିଛି ।ସାଧାରଣତଃ ଲୋକମାନେ ଫିଲ୍ମ ରିଲିଜର କିଛି ଦିନ ପରେ ପାଇରେସି ୱେବସାଇଟରେ ଫିଲ୍ମ ଦେଖିବାକୁ ବା ଡାଉନଲୋଡ କରିବାକୁ ଚେଷ୍ଟା କରିଥାଆନ୍ତି । ଏଥର ଏଭଳି ଦର୍ଶକଙ୍କୁ ସବକ୍‌ ଶିଖାଇଛନ୍ତି ଉରି ଟିମ୍‌ । ସେମାନେ ନିଜେ ଏକ ଭିଡିଓ ତିଆରି କରି torrentରେ ଅପଲୋଡ କରିଛନ୍ତି । ଯଦି ଫିଲ୍ମ ଭାବି ଭିଡିଓଟିକୁ ଡାଉନଲୋଡ୍‌ କରିବେ ତେବେ ଆପଣ କ୍ଷତିରେ ରହିବେ ।

uri

କାରଣ ଏହା ଏକ ଫେକ୍‌ ଭିଡିଓ । ଏଥିରେ ଭିକ୍କି କୌଶଲ ଓ ୟାମୀ ଗୌତମଙ୍କୁ ଦେଖିବାକୁ ମିଳିଛି । ସେମାନେ କହୁଛନ୍ତି ଯଦି ଆମେ ପାକିସ୍ତାନରେ ପସି ସର୍ଜିକାଲ ଷ୍ଟାଇକ୍‌ କରିପାରୁଛୁ ତେବେ torrentରେ ପ୍ରବେଶ କରିପାରିବୁନି । ଲୁଚିଛପି ଫିଲ୍ମ ଦେଖନ୍ତୁ ନାହିଁ । ହଲକୁ ଯାଆନ୍ତୁ ଫିଲ୍ମ ଦେଖନ୍ତୁ।

uri-vicky-kaushal

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ଫିଲ୍ମ ଉରିର କାହାଣୀ ପର୍ଯ୍ୟବେସିତ।  ୧୮ ସେପ୍ଟେମ୍ବର ୨୦୧୬ରେ ଜମ୍ମୁ କାଶ୍ମୀର ଉରି ବେସ୍‌ କ୍ୟାମ୍ପରେ ଆତଙ୍କବାଦୀମାନେ ବଡ଼ ଧରଣର ହମ୍‌ଲା କରିଥିଲେ । ସହିଦ ହୋଇଥିଲେ ୧୯ ଜଣ ଭାରତୀୟ ସେନା ଅଧିକାରୀ ଓ କର୍ମଚାରୀ । ଏହାପରେ ଆତଙ୍କୀଙ୍କୁ ଗୁଳିରେ ଜବାବ ଦେଇଥିଲା ଭାରତୀୟ ସେନା । ପାକ୍‌ ଅଧିକୃତ କାଶ୍ମୀରରେ ହୋଇଥିଲା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ଭାରତୀୟ କମାଣ୍ଡୋ ଧ୍ୱଂସ କରିଥିଲେ ଆତଙ୍କୀ ଆଡ୍ଡା । ସତ୍ୟ ଆଧାରିତ ସମସ୍ତ ଘଟଣାବଳୀକୁ ସିଲଭର ସ୍କ୍ରିନରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର । ମେଲ୍‌ ଲିଡରେ ଭିକି କୌଶାଲ ଥିବା ବେଳେ ଫିମେଲ୍‌ ଲିଡରେ ଅଭିନୟ କରିଛନ୍ତି ୟାମି ଗୌତମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.