ବାପା ହେଲେ ମହାଭାରତର ଅର୍ଜୁନ ଶାହୀର ଶେଖ, ଗଣେଶ ଉତ୍ସବରେ ଘରେ କଲେ ଲକ୍ଷ୍ମୀଙ୍କ ସ୍ୱାଗତ

ଟିଭି ସିରିଏଲ ପବିତ୍ର ରିସ୍ତା 2.0 ଷ୍ଟାର ଶାହୀର ଶେଖ ଓ ପତ୍ନୀ ରୁଚିକା କପୁର ମାତା-ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଖବର ଅନୁଯାୟୀ ରୁଚିକା ଶୁକ୍ରବାର ବିଳମ୍ବିତ ରାତିରେ ଶାହୀରଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନ୍ୟପକ୍ଷରେ ଏବାବଦରେ ଏହି ଯୋଡି ଆଧିକାରିକ ଭାବରେ ସାର୍ବଜନିକ ସ୍ତରରେ କୌଣସି ଘୋଷଣା କରିନାହାନ୍ତି । କିନ୍ତୁ ବିଶେଷ ସୂତ୍ରରୁ ଏବାବଦରେ ଜଣାଯାଇଥିବା ଜଣାଯାଇଛି ।

ସୂତ୍ର ଅନୁଯାୟୀ, ରୁଚିକା ଶୁକ୍ରବାର ରାତିରେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଥିବା ବେଳେ ଉଭୟ ମା’ ଝିଅ ସୁସ୍ଥ ଥିବା ଜଣାଯାଇଛି । ଅନେକେ ପ୍ରତିକ୍ରିୟାରେ ଲେଖିଛନ୍ତିକି ଗଣପତି ଉତ୍ସବରେ ଶାହୀର ନିଜ ଘରେ ଲକ୍ଷ୍ମୀଙ୍କୁ ସ୍ୱାଗତ କରିଛନ୍ତି । ଝିଅ ଜନ୍ମର ମାତ୍ର କିଛି ସମୟ ପୂର୍ବରୁ ହିଁ ସାହିର ପତ୍ନୀ ରୁଚିକାଙ୍କ ପାଇଁ ଏକ ବେବି ଶ୍ଵପ ପାର୍ଟିର ଆୟୋଜନ କରିଥିଲେ ।  ଗତବର୍ଷ ଅର୍ଥାତ ୨୦୨୦ ନଂବେମ୍ବରରେ ଉଭୟଙ୍କର ବିବାହ ହୋଇଥିଲା । ବିବାହରେ ସାହିରଙ୍କ ଅନସ୍କ୍ରିନ ମା ସୁପ୍ରିୟା ଯୋଗ ଦେଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.