ଟିଭି ଜଗତର ଏହି ଲୋକପ୍ରିୟ ଅଭିନେତ୍ରୀ ହସ୍ପିଟାଲରେ ହେଲେ ଭର୍ତ୍ତି, ଶୀଘ୍ର ଠିକ୍‌ ହୋଇଯିବା ପାଇଁ ଫ୍ୟାନ୍ସ କରୁଛନ୍ତି ପ୍ରାର୍ଥନା

ଷ୍ଟାରପ୍ଳସରେ ପ୍ରସାରଣ ହେଉଥିବା ବିରା ସିରିୟଲରେ ନିଜର ନା କରିଥିବା ଅଭିନେତ୍ରୀ ଆରିସଫା ଖାନ୍‌ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ୍‌ ମିଡିଆରେ ସେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । କିନ୍ତୁ ଆରିସଫା କେଉଁ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ । ଆରିସଫା ସେୟାର କରିଥିବା ଫଟୋରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଦେଖିବାକୁ ମିଳୁଛି ଯେଉଁଥିରେ ୨୮.୦୧.୨୦୨୦ ତାରିଖ ଲେଖାଯାଇଛି। ଏହା ସହିତ ଆଉ ଏକ ଫଟୋରେ ସେ ହସ୍ପିଟାଲ ବେଡରେ କମ୍ବଳ ଘୋଡାଇ ହୋଇ ଶୋଇଥିବାର ଦେଖୁବାକୁ ମିଳୁଛି । ସେ ସେୟାର କରିଥିବା ଫଟୋରେ ଲେଖିଛନ୍ତି ମୋ ପାଇଁ ପ୍ରାର୍ଥନା କରନ୍ତୁ।

arisifaaତେବେ ଏହି ଖବର ଜଣାପଡିବା ପରେ ତାଙ୍କ ଫ୍ଯାନ୍ସ ମାନେ ଚିନ୍ତା ବ୍ଯକ୍ତ କରିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି ଆମ ସମସ୍ତଙ୍କ ଆଶିର୍ବାଦ ତୁମ ସହିତ ଅଛି । ଆପଣ ଶୀଘ୍ର ଭଲ ହୋଇଯିବେ । ୧୮ବର୍ଷିୟା ଆରିସଫା ଚାଇଲ୍‌୍ଡ ଆଟିଷ୍ଟରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ୯ବର୍ଷରେ ସେ ଛଲ୍‌ ସିରିୟଲ୍‌ ଦ୍ୱାରା ନିିଜର ଡେବ୍ଯୁ କରିଥିଲେ । ତାଙ୍କୁ ସିଲିୟଲ୍‌ ‘ବିର୍‌ କି ଅରଦାସ ବିରା’ରେ ପରିଚୟ ମିଳିଥିଲା ।

arisifaଏହାଛଡା ସେ ଫିୟର ଫାଇଲ୍ସ,ଉତରନ୍‌, ୟେ ହେ ମୋହବତେ,ଗଙ୍ଗେ ଏବଂ ମେରୀ ଦୁର୍ଗା ସରିୟଲରେ ମଧ୍‌ଯ ଅଭିନୟ କରିସାରିଛନ୍ତି । ଟିଭି ସିରିୟଲ୍‌ ବ୍ଯତିତ ଆରିସଫା ବିଭିନ୍ନ ବିଜ୍ଞାପନ ଫିଲ୍ମରେ ମଧ୍‌ଯ ନଜର ଆସିଛନ୍ତି । ଉତ୍ତରପ୍ରଦେଶର ଶାହଜାହାନପୁରରେ ରହୁଥିବା ଆରିସଫାଙ୍କ ଜନ୍ମ ଏକ ସାଧାରଣ ପରିବାରରେ ହୋଇଥିବାବେଳେ ତାଙ୍କର ଅଭିନୟ ବ୍ଯତିତ ଡ୍ଯାନ୍ସରେ ମଧ୍ୟ ରୁଚି ରହିଛି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଭିଡିଓ ପୋଷ୍ଟ କରିଥାନ୍ତି । ଏହାସହିତ ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ମଧ୍ୟ ସେୟାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.