ଟିଭି ଇଣ୍ଡଷ୍ଟ୍ରୀ ସେଲିବ୍ରିଟିଙ୍କ ପରେ ଏବେ କରୋନା କବଳରେ ପିଲା, ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ଟିଭି ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏବେ କରୋନା କବଳରେ। ଟିଭି ଇଣ୍ଡଷ୍ଟ୍ରୀର ଏକତା କପୁର, ନକୁଲ ମେହେଟ୍ଟା ସହ ତାଙ୍କ ପୁରା ପରିବାର, ଶରଦ ମଲହୋତ୍ରା, ଏରିକା ଫର୍ଣ୍ଣାଣ୍ଡିଜ୍, ସୁମୋନା ଚକ୍ରବର୍ତ୍ତୀ ଏବଂ ଦ୍ରଷ୍ଟୀ ଧାମି ସମେତ କେତେ ସେଲିବ୍ରିଟି କରୋନା କବଳରେ ଫସିଛନ୍ତି। ଏବେ କରୋନା କେବଳ ଏହି ସେଲିବ୍ରିଟି ନୁହେଁ, ସେମାନଙ୍କ ପିଲାମାନଙ୍କ ମଧ୍ୟରେ କାୟା ବିସ୍ତାର କରୁଛି। ଟେଲି ଦୁନିଆର ଲୋକପ୍ରିୟ ଦମ୍ପତି କିଶ୍ୱର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ମାସର ପୁଅ ନିରବେର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।
ନିକଟରେ ଏହାକୁ ନେଇ କିଶ୍ୱର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଥିଲେ। ଏଥିରେ ଏହା ମଧ୍ୟ କହିଛନ୍ତି କି ଏହି ସମୟ ତାଙ୍କ ସ୍ୱାମୀ ସୁୟାଶ ମଧ୍ୟ ତାଙ୍କୁ ଖୁବ୍ ସମର୍ଥନ କରିଛନ୍ତି । ସେ ତାଙ୍କର ୧୧ତମ ଡେଟିଂ ବାର୍ଷିକୀରେ ଏହି ପୋଷ୍ଟ ଲେଖି ଜଣାଇଛନ୍ତି ।
View this post on Instagram
କିଶ୍ୱର ତାଙ୍କର ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଛନ୍ତି- ସର୍ବପ୍ରଥମେ ହାପି ଡେଟିଂ ଆନିବର୍ସରୀ ସୁୟାଶ । ମୁଁ ଏହାକୁ ୧୧ ବର୍ଷ ପାଇଁ ଜାଣିଛି ଏବଂ ଏହା ମଧ୍ୟରେ ବହୁତ କିଛି ବଦଳିଛି … ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ବଦଳିଛନ୍ତି , ଅଧିକ ବୁଝିବା ସହ ଦାୟିତ୍ୱବାନ ଏବଂ ସ୍ନେହୀ ହୋଇଛନ୍ତି । ୫ ଦିନ ପୂର୍ବରୁ ନିରବେର ଜେଜେମା କୋଭିଡରେ ସଂକ୍ରମିତ ହୋଇଥିଲେ ଏବଂ ତାହା ଆମ ପାଇଁ ବହୁତ କଷ୍ଟକର ଥିଲା । ଏହା ସହିତ ଘରେ କାମ କରୁଥିବା ଯୁବତୀ ସଂଗୀତାକୁ ମଧ୍ୟ କରୋନା ହୋଇଛି ।