ହୋଲିରେ ଟେଲି ଅଭିନେତ୍ରୀଙ୍କ ସହ ଅସଦାଚରଣ, ଥାନାର ଦ୍ବାରସ୍ଥ ହେଲେ ଅଭିନେତ୍ରୀ

ହୋଲିରେ ଟେଲି ଅଭିନେତ୍ରୀଙ୍କ ସହିତ ଅସଦାଚରଣ ଅଭିଯୋଗ ।ଏପର୍ଯ୍ୟନ୍ତ ପୋଲିସ ଟେଲି ଅଭିନେତ୍ରୀଙ୍କ ନାଁ ଖୁଲାସା କରିନାହାନ୍ତି ।ହୋଲିରେ ରଙ୍ଗ ଲଗାଇବାକୁ ଅଭିନେତ୍ରୀ ଜଣକ ମନା କରିବା ସତ୍ତ୍ବେ ଜୋର ଜବରଦସ୍ତ କରିଥିଲେ । ଯାହାକୁ ନେଇ ଅଭିନେତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ କରିଥିବା ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିନାହିଁ ।

ଏକ ରିପୋର୍ଟ ମୁତାବକ, ୧୪ ମାର୍ଚ୍ଚରେ ହୋଲି ପାଳନ ପାଇଁ ଏକ ପାର୍ଟି ଆୟୋଜିତ ହୋଇଥିଲା । ମୁମ୍ବାଇର ୱେଷ୍ଟ ଉପନିଗମରେ ହୋଲି ପାର୍ଟି ପାଳନ ହେଉଥିଲା । ସେଠାରେ ଅନେକ ଟିଭି ଅଭିନେତା ଓ ଅଭିନେତ୍ରୀ ହୋଲିର ମଜା ନେଉଥିଲେ । କିନ୍ତୁ ହୋଲି ଉତ୍ସବ ପାଳନ ସମୟରେ ଅସଦାଚରଣ ଶିକାର ହୋଇଥିଲେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ । ଅଭିନେତ୍ରୀଙ୍କ ସହିତ ସହ ଅଭିନେତା ଜଣକ ନିଶାରେ ଥାଇ ଏପରି ଅସଦାଚରଣ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି । ନିଶାରେ ଥିବା ସମୟରେ ମହିଳାଙ୍କ ସହିତ ଜୋର ଜବରଦସ୍ତି କରିବା ପାଇଁ ଚେଷ୍ଟା କରିଥିଲେ ।

୨୯ ବର୍ଷୀୟ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ । ଥାନାରେ ପହଞ୍ଚି ସମସ୍ତ ଘଟଣାକୁ ଜଣାଇ କେସ୍ ଫାଇଲ୍ ମଧ୍ୟ କରିଥିଲେ । ଅଭିଯୋଗରେ ଅଭିନେତ୍ରୀ ଜଣକ ଲେଖିଛନ୍ତି, ନିଶାରେ ରହି ପାର୍ଟିରେ ବାରମ୍ବାର ରଙ୍ଗ ଲଗାଇବାକୁ ଚେଷ୍ଟା କରିଥିଲେ ଅଭିନେତା । ବାରମ୍ବାର ବାରଣ କରିବା ସତ୍ତ୍ବେ ମଧ୍ୟ ମାନିନଥିଲେ । ଜୋରଜବରଦସ୍ତ କରି ରଙ୍ଗ ଲଗାଇବା ପରେ ତାଙ୍କୁ ପ୍ରପୋଜ୍ ମଧ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଟିଭି ଅଭିନେତ୍ରୀ । ତାଙ୍କ ହାତରୁ କିଏ ବଞ୍ଚାଇବ ବୋଲି ମଧ୍ୟ ଧମକ ଦେଇଥିଲେ । ଧୀରେ ଧୀରେ ନିଶାରେ ରହି ଅସଦାଚରଣର ସୀମାକୁ ଭୁଲିଯାଇଥିଲେ ସହ ଅଭିନେତା ।

ଅଭିନେତ୍ରୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ଏହି ମାମଲା ନେଇ ଅଭିଯୁକ୍ତ ଅଭିନେତାଙ୍କୁ ଆଇନଗତ ନୋଟିସ୍ ପଠାଯାଇଛି । ହୋଲି ଉତ୍ସବରେ ଉପସ୍ଥିତ ଥିବା ଅନ୍ୟ ସେଲିବ୍ରିଟିମାନଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରିଛି ପୋଲିସ୍ ।

Also Read : ଏନର୍ଜି ଡ୍ରିଙ୍କ୍ ନାଁରେ ଆସିଲା ବଡ ଅଭିଯୋଗ, କୋଟି କୋଟି ଟଙ୍କା ଠକେଇରେ ଶିକାର ୨୫ଜଣ ସେଲିବ୍ରେଟି