ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଦୁର୍ଘଟଣାରେ ମୃତ୍ୟୁ, ଭାବିସ୍ୱାମୀଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣା
ଲୋକପ୍ରିୟ ଟିଭି ସିରିଅଲ ‘ସାରାଭାଇ ଭର୍ସେସ ସାରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ପରଲୋକ । ଭାବିସ୍ୱାମୀଙ୍କ ସହିତ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିବା ବେଳେ ଗାଡି ଖାଇକୁ ଖସିପଡିଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
‘ସାରାଭାଇ ଭର୍ସେସ ସାରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ପରଲୋକ । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚୁଲବୁଲି ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଟିଭି ଜଗତକୁ ଏକ ଶକ୍ତ ଧକ୍କା ଲାଗିଛି । ଫ୍ୟାନ୍ସ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ଖବର ମୁତାବକ, ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡିଟି ଖାଇକୁ ଖସିପଡିବାରୁ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।
ବୈଭବୀଙ୍କ ମୃତ୍ୟୁରେ ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ ।

ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି କରିଛନ୍ତି ।
ବୈଭବୀ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍ ଲୋକପ୍ରିୟ କରାଇଥିଲା ।
‘Sarabhai vs Sarabhai’ actor Vaibhavi Upadhyaya dies in car accident
Read @ANI Story | https://t.co/ns0UuHz2Xd#VaibhaviUpadhyaya #SarabhaiVSSarabhai pic.twitter.com/hsiEyl2Uz1
— ANI Digital (@ani_digital) May 23, 2023
ସୂଚନାଯୋଗ୍ୟ, ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୁତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା । ତାଙ୍କ ଅନ୍ତିମ ଦର୍ଶନ ଆସନ୍ତାକାଲି ୧୧ ଟାରେ ହେବ । ତେବେ ଏମାନଙ୍କ ମୃତ୍ୟୁ ଯୋଗୁଁ ଟିଭି ଏବଂ ଫିଲ୍ମ ଇଣ୍ଟଷ୍ଟ୍ରୀରେ ଶୋକ ଖେଳିଯାଇଛି ।