‘ବିଗବସ’ ୧୫ : ଶୋ’ରେ ଅଙ୍କିତା ଲୋଖଣ୍ଡେ ଓ ରିୟା ଚକ୍ରବର୍ତ୍ତୀ ଏକାଠି ନଜର ଆସିପାରନ୍ତି!

ଟିଭିର ସବୁଠାରୁ ଚର୍ଚ୍ଚିତ ରିଅଲିଟି ଶୋ’ ‘ବିଗବସ’ର ସିଜନ ୧୫ ପାଇଁ ନିର୍ମାତା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଶୋ’ରେ ସେଲିବ୍ରିଟିଙ୍କ ସହ ଜନସାଧାରଣ ବି ଏଣ୍ଟ୍ରି ନେବାର ଯୋଜନା ଅଛି। ଏବେ ଶୋ’କୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସିଛି। ଖବର ଅନୁସାରେ ବିଗବସ ୧୫ରେ ପ୍ରତିଯୋଗୀ ଭାବେ ଭାଗ ନେବା ଲାଗି ନିର୍ମାତା ଅଙ୍କିତା ଲୋଖଣ୍ଡେ ଓ ରିଆ ଚକ୍ରବର୍ତ୍ତୀଙ୍କୁ ଆପ୍ରୋଚ କରିଛନ୍ତି।

ଠିକ ସେହିପରି କୁହାଯାଉଛି ଯଦି ରିଆ ଶୋ’ରେ ଏଣ୍ଟ୍ରି ନେବାକୁ ରାଜି ହୁଅନ୍ତି, ତେବେ ନିର୍ମାତା ଅଙ୍କିତାଙ୍କୁ ମଧ୍ୟ ଶୋ’ରେ ଆସିବାକୁ ଆମନ୍ତ୍ରଣ ଦେବେ। ଅଙ୍କିତାଙ୍କୁ ଶୋ’ରେ ଭାଗ ନେବା ଲାଗି ପୂରା ଚେଷ୍ଟା କରାଯିବ। ତେବେ ନିର୍ମାତାଙ୍କ ପକ୍ଷରୁ ଏହି ଖବରକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ ଯେ ଉଭୟ ରିଆ ଓ ଅଙ୍କିତା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ରିଲେସଶିପରେ ରହିସାରିଛନ୍ତି। ଯଦି ଦୁଇ ଅଭିନେତ୍ରୀ ଏକାଠି ବିଗବସ ଶୋ’ରେ ଅଂଶଗ୍ରହଣ କରୁଛନ୍ତି, ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ପୁଣି ଚର୍ଚ୍ଚାର ବିଷୟ ପାଲଟିପାରେ।

ଏହି ଖବର ସାମ୍ନାକୁ ଆସିବା ପରେ ସୋସାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କୁ ନେଇ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ବଚସା ହୋଇପାରେ। ତେଣୁ ଉଭୟଙ୍କ ମଧ୍ୟରେ ଦଙ୍ଗଲ ହୋଇପାରେ ବୋଲି ସୋସାଅଲ ମିଡିଆ ୟୁଜର୍ସ କହିବା ଆରମ୍ଭ କଲେଣି। କାରଣ ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟ ଅଙ୍କିତା ଓ ରିଆଙ୍କ ମଧ୍ୟରେ ମିଡିଆ ମାଧ୍ୟମରେ କେତେକ ବୟାନବାଜି ମଧ୍ୟ ଦେଖିବାକୁ ମିଳିଥିଲା।