ସେମିଫାଇନାଲ ଟାସ୍କରେ ଜିତିବା ପରେ ରାକେଶ-ଶମିତାଙ୍କ ସମ୍ପର୍କରେ ଆସିଲା ଫାଟ

ବିଗବସ୍‌ର OTT ପ୍ଲାଟଫର୍ମର ଫାଇନାଲକୁ ଆଉ ଅଧିକ ଦିନ ନାହିଁ। ବିଗବସର ସମସ୍ତ କଣ୍ଟେଷ୍ଟାଣ୍ଟଙ୍କ ଜବରଦସ୍ତ ପଫର୍ମାନ୍ସ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶମିତା ସେଟ୍ଟୀ ଓ ରାକେଶ ବାପତଙ୍କ କାହାଣୀ। ଏହାକୁ ନେଇ ସୋ ଏବେ ବହୁତ ହିଟରେ ରହିଛି।

OTT ପ୍ଲାଟଫର୍ମରେ ଲାଟେଷ୍ଟ ଏପିସୋଡରେରେ ଟିକେଟ ଟୁ ଫାଇନାଲ ଟାସ୍କର ଆୟୋଜନ କରାଯାଇଥିଲ।ା ଯେଉଁଥିରେ ଦିବ୍ୟା ଅଗ୍ରଓ୍ଵାଲ ଏକ ଏଭଳି ପ୍ରତିଯୋଗୀ ଯିଏ ଫ୍ୟାନ୍ସଙ୍କ ଭୋଟରେ ସିଧା ସେମି-ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏହିସମୟରେ ଦିଆଯାଇଥିବା ଟାସ୍କରେ ନିଶାନ୍ତ ଭଟ୍ଟ ଏବଂ ରାକେଶ ବପାତଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। କିନ୍ତୁ ଶେଷରେ ନିଶାନ୍ତ ଟାସ୍କ ଛାଡ଼ିଦେଇଥିଲେ। ଏଥିପାଇଁ ସେମିଫାଇନାଲକୁ ରାକେଶ ଆଗେଇ ଯାଇଥିଲେ। କିନ୍ତୁ ଏବେ ଶମିତା ସେଟ୍ଟୀ ଓ ରାକେଶଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଲାଷ୍ଟ ଟାସ୍କ ପରେ ଏ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଯାଇଥିବାର ଦେଖିବାକୁ ମିଳିଛି। ଏବେ ଫ୍ୟାନ୍ସ ସେମାନଙ୍କ ପୁଣି ଏକାଠି ହେବାର ସମୟକୁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.