ରାଜନୀତିରେ ଏଣ୍ଟ୍ରି କଲେ କାମ୍ୟା ପଞ୍ଜାବୀ, ଧରିଲେ କଂଗ୍ରେସର ହାତ

ଅନେକ ଅଭିନେତା ଓ ଅଭିନେତ୍ରୀ ଏବେ ନେତା ପାଲଟିଛନ୍ତି। ବଲିଉଡ୍‌ ଓ ଟିଭି ଜଗତର ଅନେକ କଳାକାର ବି ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ତେବେ ଏହି ଧାରାରେ ଆଜି ପଲିଟିକ୍ସରେ ଏଣ୍ଟ୍ରି କରିଛନ୍ତି ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ସେ କଂଗ୍ରେସର ହାତ ଧରିଛନ୍ତି। କାମ୍ୟା ହାତର ହାତ ଧରିଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଛି। ଜାତୀୟ କଂଗ୍ରେସର ଏଗ୍‌ଜିକ୍ୟୁଟିଭ ନୀରଜ ଭାଟିଆ କାମ୍ୟା କଂଗ୍ରେସ ଦଳରେ ମିଶିଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

କିନ୍ନର ବୋହୂର ଶାଶୁ ଭାବେ ପରିଚିତ କାମ୍ୟା ପଞ୍ଜାବୀ ଦୀର୍ଘ ଦିନ ହେବ ରାଜନୀତିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ସେ କେଉଁ ଦଳରେ ମିଶିବେ ସେ ନେଇ ଜଣାପଡ଼ିନଥିଲା। କୁହାଯାଉଥିଲା ଯେ ସେ ବିଜେପି ଓ କଂଗ୍ରେସ ମଧ୍ୟରୁ କୌଣସି ଗୋଟିଏ ଦଳରେ ଯୋଗ ଦେଇପାରନ୍ତି। ଆଜି କାମ୍ୟା କଂଗ୍ରେସରେ ଯୋଗ ଦେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ତେବେ କଂଗ୍ରେସ ଦଳର ବଡ଼ ବଡ଼ ରଥୀ ମହାରଥୀ ଏବେ ଦଳ ଛାଡ଼ୁଥିବା ବେଳେ ସେଲିବ୍ରିଟି କାମ୍ୟା ଯୋଗ ଦେବା ନିହାତି ଭାବେ ଚର୍ଚ୍ଚାର ବିଷୟ।

କଂଗ୍ରେସରେ ଯୋଗ ଦେବା ବେଳେ କାମ୍ୟା ଏକ ହାଲ୍‌କା ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏ ଅବସରରେ ସେ ହାଲ୍‌କା ମେକ୍‌ଅପ୍‌ ନେଇଥିଲେ। ତାଙ୍କ ଲୁକ୍‌ ବେଶ୍‌ ସାଧାରଣ ରହିଥିଲା।

ସୂଚନାଯୋଗ୍ୟ ଯେ କାମ୍ୟା ପଞ୍ଜାବୀ ଗତ ୨୦୨୦ମସିହାରେ ଏକ ପୁଅର ବାପା ତଥା ବିଜ୍‌ନେସ୍‌ମ୍ୟାନ୍‌ ଶଲଭ ଡାଙ୍ଗଙ୍କୁ ବିବାହ କରିଥିଲେ। ପ୍ରକାଶ ଯେ କାମ୍ୟା ବନୁ ମେ ତେରୀ ଦୁଲହନ୍‌, ମର୍ଯ୍ୟାଦା: ଲେକିନ୍‌ କବ୍‌ ତକ? ଓ ବେଇନ୍‌ତହା ଭଳି ଟିଭି ସିରିୟଲରେ କାମ କରିସାରିଛନ୍ତି। ଏଥିସହ ସେ ବିଗ୍‌ସବ୍‌ ସିଜନ୍‌ ୭ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.