ଏହି ଡ୍ରାଇଭରଙ୍କ ଗୀତ ଶୁଣିଲେ କୁମାର ସାନୁ ବି ହୋଇଯିବେ ଆଶ୍ଚର୍ଯ୍ୟ , ଆପଣ ବି ଥରେ ଶୁଣନ୍ତୁ !

ଆଜିକାଲି ସୋସିଆଲ ମିଡିଆରେ କେବେ କିଏ କେଉଁ କାରଣ ପାଇଁ ଭାଇରାଲ ହୋଇ ଚର୍ଚ୍ଚାରେ ଆସିବେ ତାହା କହିହେବ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ରାନୁ ମଣ୍ଡଳ। ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଯାଇଥିଲେ। ଏସବୁୂ କେବଳ ସମ୍ଭବ ହୋପାରିଛି ସୋସିଆଲ ମିଡିଆ କାରଣରୁ। ସୋସିଆଲ ମିଡିଆରେ ଭାଇରାଲ କାରଣରୁୁ ଅନେକ ବ୍ୟକ୍ତି ଷ୍ଟାର ହୋଇଛନ୍ତି, ଏବେ ଏହି ଲିଷ୍ଟରେ ଆଉ ଜଣେ ସିଙ୍ଗରଙ୍କୁ ସୋସିଆଲ ମିଡିଆ ଭାଇରାଲ କରିଛି।

ଭିଡିଓରେ ଆପଣ ଦେଖିପାରିବେ ଯେ କେଉଁଭଳି ଭାବେ ଜଣେ ଉବର କ୍ୟାବ୍‌ ଡ୍ରାଇବଭର ସୁମଧୁର କଣ୍ଠରେ ଗୀତ ଗାଉଛନ୍ତି। ଡାଇଭର ଜଣଙ୍କ ୯୦ ଦଶକର ଫିଲ୍ମ ଆଣିକିର ଗୀତ ‘ନଜର କେ ସାମନେ’ ଗାଉଛନ୍ତି। ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି।

sigerଏହି ଭିଡିଓକୁ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି, ‘ମୁଁ ଉବର ଡ୍ରାଇଭର ବିନୋଦଙ୍କ ସହିତ ଭେଟିଲି, ସେ ଜଣେ ଚମତ୍କାର ଗାୟକ। ମୁଁ ତାଙ୍କୁ ରାଇଡ୍‌ ପରେ ମୋ ପାଇଁ ଗୀତ ଗାଇବା ପାଇଁ କହିଲି। ’

ନିଶ୍ଚିତ ପଢନ୍ତୁ : ଏହି ଅଭିନେତ୍ରୀ କଲେ ବଲିଉଡରେ ଧମାକେଦାର ଡେବ୍ୟୁ, ଲୋକେ କହିଲେ କିଏ ଏ ସୁନ୍ଦରୀ !

ଏହି ଭିଡିଓ ଲୋକଙ୍କର ଧ୍ୟାନ ଆକର୍ଷିତ କରୁଛି। ଅନେକ ଲୋକ ତାଙ୍କର ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି ଏବଂ ଏହାସହିତ ଅନେକ ଲୋକ ତାଙ୍କର ଫୋନ ନମ୍ବର ମଧ୍ୟ ମାଗିଛନ୍ତି।