ଷ୍ଟେଜରେ ମହିଳାଙ୍କୁ କିସ୍ କରି ଚର୍ଚ୍ଚାରେ ଉଦିତ ନାରାୟଣ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ହେଉଛନ୍ତି ଉଦିତ ନାରାୟଣ । ତାଙ୍କ କଣ୍ଠସ୍ୱର ଓ ଗୀତ ଗାଇବାର ଶୈଳୀ ଆଜିବି ଲୋକଙ୍କୁ ପାଗଳ କରୁଛି । ପ୍ରଶଂସକମାନେ ତାଙ୍କ ସ୍ୱର କୁ ଖୁବ ପସନ୍ଦ କରନ୍ତି ।  ଉଦିତ ତାଙ୍କ କ୍ୟାରିୟରରେ ଅନେକ ଅନେକ ହିଟ୍ ଗୀତ ଗାଇଛନ୍ତି।

ବର୍ତମାନ ଏକ ଲାଇଭ୍ ପ୍ରଦର୍ଶନ ସମୟରେ, ସିଙ୍ଗର ଉଦିତ ନାରାୟଣ ଜଣେ ମହିଳା ପ୍ରଶଂସକଙ୍କ ସହ ଏପରି କାମ କରିଥିଲେ ଯାହା ତାଙ୍କୁ ବର୍ତ୍ତମାନ ଅନଲାଇନ୍ ଟ୍ରଲିଂର ସାମ୍ନା କରିବାକୁ ପଡୁଛି । ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ଏକ ଭିଡିଓରେ ଉଦିତ ନାରାୟଣ ଟିପ୍ ଟିପ୍ ବର୍ଷା ପାନି ଗୀତ ଗାଉଥିଲେ । ଏହି ସମୟରେ ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହ ସେଲଫି ନେବାକୁ ମଞ୍ଚ ନିକଟକୁ ଆସିଥିଲେ । ତା’ପରେ ମହିଳା ପ୍ରଶଂସକ ପଛକୁ ଯାଇ ଉଦିତଙ୍କ ଗାଲରେ କିସ୍ କରିଦେଇଥିଲେ ।

ଏହା ପରେ ଗାୟକ ମଧ୍ୟ ମହିଳାଙ୍କୁ ଓଠରେ କିସ୍ କରିଥିଲେ । ଏହା ପରେ ଯେତେବେଳେ ଅନ୍ୟ ଜଣେ ମହିଳା ପ୍ରଶଂସକ ସେଲଫି ନେବାକୁ ଉଦିତଙ୍କ ନିକଟକୁ ଯାଇଥିଲେ, ଗାୟକ ମଧ୍ୟ ତାଙ୍କ ଗାଲକୁ କିସ୍ କରିଥିଲେ । ବର୍ତ୍ତମାନ ଉଦିତ ନାରାୟଣ ଲାଇଭ୍ ଶୋ ରେ ମହିଳା ପ୍ରଶଂସକଙ୍କୁ କିସ୍ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Also read:ସାମ୍ନାକୁ ଆସିଲା ବର୍ଡ଼ର୍-2 ରିଲିଜ୍ ଡେଟ୍, ନୂଆ ଅବତାରରେ ନଜର ଆସିବେ ସନ୍ନି ଦେଓଲ

 

You might also like