ନିଜ ହାର୍ଟ ଆଟାକ୍‌ର ଫେକ୍‌ ଖବର ଶୁଣିବା ପରେ ମୁଁହ ଖୋଲିଲେ ଉଦିତ ନାରାୟଣ, କହିଲେ ଏମିତି ଗୁଜବ ଖବର ମୋର ବୟସ ବଢ଼ାଇ ଦେଲା

ଗାୟକ ଉଦିତ ନାରାୟଣ ତାଙ୍କ ଗୀତ ମାଧ୍ୟମରେ ସବୁ ବେଳେ ଫ୍ୟାନ୍ସଙ୍କ ହୃଦୟରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ଉଦିତ ନାରାୟଣଙ୍କ ହୃଦଘାତ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି , ସେତେବେଳେ ତାଙ୍କ ପ୍ରଶଂସକ ମାନଙ୍କର ହୋସ ଉଡିଯାଇଛି । ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେବା ପରେ ଗାୟକଙ୍କର ମ୍ୟାନେଜର ସ୍ପଷ୍ଟ କରିଛନ୍ତି କି ଉଦିତ୍‌ ସୁସ୍ଥ ଅଛନ୍ତି। ତାଙ୍କୁ ଜଣାନାହିଁ ଏହି ଖବର କାହିଁକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଏହାରି ଭିତରେ ଉଦିତ ନାରାୟଣ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଏମିତି ହସୁଥିବା ମଣିଷକୁ କେମିତି ହାର୍ଟ ଆଟାକ୍‌ ଆସିପାରେ। ଉଦିତ୍‌ ଏହା ବି କହିଛନ୍ତି କି ଏହି ଫେକ୍‌ ଖବରକୁ ଶୁଣିବା ପରେ ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ଖୁବ୍‌ ଚିନ୍ତିତ ଓ ମର୍ମାହତ ହୋଇ ଯାଇଥିଲେ। ଏହିପରି ନକାରାତ୍ମକ ଗୁଜବ ମୋର ଦଶହରା ବୟସକୁ ଆହୁରି ବଢ଼ାଇଦେଲା। ଯିଏ ଏତେ ହସୁଛି, ତାକୁ ପୁଣି ହୃଦଘାତ କେମିତି ହୋଇପାରେ । ଗତକାଲି ମୁଁ ଏହି ଖବର ଶୁଣିବାକୁ ପାଇଲି | ଲୋକମାନେ ମୋତେ କଲ ଓ ମେସେଜ କରି ମତେ ହୃଦଘାତ ବିଷୟରେ ପଚାରୁଛନ୍ତି ।

ଉଦିତ ନାରାୟଣ ଆହୁରି କହିଛନ୍ତି- ଅନେକ ଥର ଏପରି ଗୁଜବ ଲୋକମାନଙ୍କ ବିଷୟରେ ଆସୁଛି, ଯାହା ଶୁଣିବା ଦୁଃଖଦାୟକ। ମୁଁ ବୁିପାରୁ ନାହିଁ କାହିଁକି ଏପରି କରିଥାନ୍ତେ ।
ମୋତେ ଫ୍ୟାମିଲ ଗ୍ରୁପ୍‌ରେ ନିଜର ଭିଡ଼ିଓ ପୋଷ୍ଟ କରିବାକୁ ପଡ଼ିଲା ଏବଂ ମୁଁ ଠିକ୍‌ ଅଛି ବୋଲି କହିବାକୁ ହେଲା । ମୋତେ ଏଥିରେ କୌଣସି ଚିନ୍ତା ନାହିଁ , ହେଲେ ଘର ଲୋକଙ୍କୁ ଦୁଃଖରେ ରହିବା ଦେଖି ପାରିବିନି ।

ଉଦିତ ନାରାୟଣଙ୍କ ପୂର୍ବରୁ ତାଙ୍କ ମ୍ୟାନେଜର ମଧ୍ୟ ଏହି ରିପୋର୍ଟଗୁଡ଼ିକୁ ଭୁଲ ବୋଲି କହିଥିଲେ। ଉଦିତ ନାରାୟଣଙ୍କ ହୃଦଘାତର ଗୁଜବ କିପରି ଭାଇରାଲ ହେଲା ତାହା ମ୍ୟାନେଜର ମଧ୍ୟ ସୂଚନା ଦେଇଛନ୍ତି। ସିଙ୍ଗରଙ୍କ ମ୍ୟାନେଜର କହିଛନ୍ତି- ଆମେ ଭାବୁଛୁ ଯେ ଏହି ଗୁଜବ ନେପାଳରୁ ବ୍ୟାପିଛି, କାରଣ ଯେଉଁ ନମ୍ବରରୁ ଏହି ବାର୍ତ୍ତା ପ୍ରଚାର କରାଯାଉଛି ତାହା ହେଉଛି ନେପାଳର କୋଡ୍ ନମ୍ବର । ଗତ ରାତିରୁ ଉଦିତ ଜୀ ଚିନ୍ତିତ ଅଛନ୍ତି କିଏ ସେଠାରେ ଅଛନ୍ତି ଏବଂ ସେ ଏପରି ଭୁଲ ଖବର ଦେଇ ଲୋକଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.