ନେହା- ଆଦିତ୍ୟଙ୍କ ବିବାହକୁ ନେଇ ଉଦିତ ନାରାୟଣ ଦେଲେ ଏପରି ବୟାନ

ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଖବର ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଏବେକା ସମୟର ସବୁଠୁ ଖବର ପାଲଟିଛି । ଦୁହିଁଙ୍କ ଫ୍ୟାନ୍ସ ଏହି ବିଶେଷ ମୁହୂର୍ତ୍ତକୁ ଯେମିତି ଚାତକ ପରି ଚାହିଁ ବସିଚନ୍ତି । ଏମିତିକି କିଛି ଦିନ ପୂର୍ବରୁ ହିଁ ନେହାଙ୍କ ଭାଇ ଟୋନି କକ୍କଡ ଏକ ବିଡ଼ିଓ ଜରିଆରେ ମିଡ଼ିଆ ସାମ୍ନାରେ କହିଥିଲେ କି ଆସନ୍ତା ଫେବୃଆରୀ ୧୪ ତାରିଖରେ ହିଁ ନେହା ଓ ଆଦିତ୍ୟଙ୍କ ବିବାହ ଅନୁଷ୍ଠିତ ହେବ । କିନ୍ତୁ ଏହି ଦିନକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଏବେ ଏକ ଏମିତି ଖବର ସାମ୍ନାକୁ ଆସିଛି, ଯାହାକି ପ୍ରଶଂସକଙ୍କୁ ନିରାଶ କରିଦେବ । ଏକ ଇଣ୍ଟରଭିଉ ସମୟରେ ଆଦିତ୍ୟଙ୍କ ପିତା ଖୋଦ ଉଦିତ ନାରାୟଣ କହିଛନ୍ତିକି ନେହା ଓ ଆଦିତ୍ୟଙ୍କ ବିବାହ ଖବର ସମ୍ପୂର୍ଣ୍ଣରୂପେ ମିଛ ।

neha

ସୋ’ର ଟିଆରପି ବଢାଯିବା ପାଇଁ ହିଁ ଏପରି ଏକ ନାଟକ ରଚାଯାଇଛି । ଉଦିତ ଆହୁରି ମଧ୍ୟ କହିଛନ୍ତି କି ଆଦିତ୍ୟ ଆମର ଏକମାତ୍ର ପୁଅ । ଆମେ ତାର ବିବାହକୁ ନେଇ ଉତ୍ସୁକତାର ସହ ଅପେକ୍ଷା କରିଛୁ । ଯଦି ପ୍ରକୃତରେ ତାର ବିବାହ ହେଉଥାନ୍ତା ତେବେ ମୁଁ ଆଉ ମୋର ପତ୍ନୀ ହୁଏତ ଦୁନିଆର ସବୁଠୁ ସୁଖୀ ଦମ୍ପତ୍ତି ହୋଇଥାନ୍ତୁ । ଯଦି ପ୍ରକୃତରେ ସେମିତି କିଛି ହେଉଥାନ୍ତା ତେବେ ଆଦିତ୍ୟ ନିଶ୍ଚିତ ରୂପେ ନିଜ ପିତାଙ୍କୁ ହିଁ ପ୍ରଥମେ ଜଣାଇଥାନ୍ତେ । ଏମିତିରେ ନେହା ହେଉଛନ୍ତି ଜଣେ ଖୁବ ଭଲ ଝିଅ । ତାଙ୍କୁ ବହୂ ଭାବେ ସ୍ୱୀକାର କରିବାରେ ଆମର କୌଣସି ଆପତ୍ତି ନାହିଁ । ଏହି ନିକଟରେ ହିଁ ସୋ’ର ଏକ ଏପିଷୋଡ଼ରେ ଆଦିତ୍ୟ ନେହାଙ୍କୁ କିସ କରିବାର କଥା କହିଥିଲେ ।

neha

ଅନ୍ୟ ପକ୍ଷରେ ଭାଲେଣ୍ଟାଇନ ଡ଼େ ଅବସରରେ ନେହା କହିଥିଲେ କି ମୁଁ କେବେବି କଲେଜ ଯାଇନାହିଁ । ତେଣୁ ରୋଜ ଡ଼େ, ଟେଡି ଡ଼େ, ପ୍ରମିଶ ଡ଼େ ପରି ଦିବସ ଗୁଡିକୁ ଉପଭୋଗ କରିପାରିନାହିଁ । ଏହାର ଜବାବରେ ଆଦିତ୍ୟ କହିଛନ୍ତି କି ଯଦି ତମେ ପ୍ରେମର ଅଢେଇ ଅକ୍ଷର ବାବଦରେ ପଢ଼ିସାରିଛ । ତେବେ ଆଉ କଲେଜ ଯିବା କଣ ଦରକାର । ଅନ୍ୟ ପକ୍ଷରେ ଆଦିତ୍ୟ ନେହାଙ୍କୁ ଏକ ଟେଡି ବିୟର ଗିଫ୍ଟ ଆକାରରେ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.