‘ଆମକୁ ଦୁଷ୍କର୍ମ କରିବା ବନ୍ଦ କର’: ରେଡ୍‌ କାର୍ପେଟ୍‌ରେ ଟପ୍‌ଲେସ୍‌ ହୋଇ ୟୁକ୍ରେନ ମହିଳା କଲେ ବିରୋଧ ପ୍ରଦର୍ଶନ; କପଡ଼ାରେ ଢାଙ୍କିଦେଲେ ସୁରକ୍ଷାକର୍ମୀ

କାନ୍ସର ଧୂମ୍‌ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ପୂରା ବିଶ୍ୱ ଏବେ କାନ୍ସ ଫେଷ୍ଟିଭାଲ ଉପରେ ନଜର ରଖିଛି। କିନ୍ତୁ ଏହାରି ଭିତରେ ଏମିତି କିଛି ଘଟଣା ଘଟି ଯାଇଛି, ଯାହାକୁ ଦେଖି ଲୋକମାନଙ୍କର ଲୋମମୂଳ ଟାଙ୍କୁରି ଉଠିଛି। ଏଠି ଗୋଟିଏ ପଟେ ଯେଉଁଠି ବଲିଉଡ୍‌ ଏବଂ ହଲିଉଡ୍‌ର ଅନେକ ନାମୀଦାମୀ ସେଲିବ୍ରିଟି ରେଡ୍‌ କାର୍ପେଟରେ ନିଜ ଗ୍ଲାମରର ତଡ଼କା ଲଗାଉଥିବାର ଦେଖା ଯାଇଥିଲେ, ତ ସେଠି ଏହି ଭିଡ଼ ଭିତରେ ଜଣେ ୟୁକ୍ରେନ ମହିଳା ନିଜ ଶରୀରକୁ ଦେଶର ପତାକା ରଙ୍ଗରେ ରଙ୍ଗାଇଥିଲେ। ଫୁଙ୍ଗୁଳା ଶରୀର ଉପରେ ‘ଷ୍ଟପ୍‌ ରେପିଙ୍ଗ୍‌ ଅସ୍‌’ ଲେଖି ସେ ନାରାବାଜି ଲଗାଉ ଥିବାର ଦେଖିବାକୁ ମିଳିଥିଲେ। ଏହି ସମୟରେ ମହିଳା ଅଭିଯୋଗ ଆଣିଥିଲେ ଯେ ରୁଷ୍‌ ଓ ୟୁକ୍ରେନ ଯୁଦ୍ଧରେ ଲକ୍ଷ ଲକ୍ଷ ମହିଳାଙ୍କ ସହିତ ଦୁଷ୍କର୍ମ ହେଉଛି।

ଟପ୍‌ଲେସ ହୋଇ ମହିଳା ଜଣକ ନିଜ ମନ ଭିତର କୋହ ବର୍ଣ୍ଣନା କରି ସାରା ବିଶ୍ୱ ସାମ୍ନାରେ ଯନ୍ତ୍ରଣା ପରିପ୍ରକାଶ କରିଛନ୍ତି। ନାଲି ରଙ୍ଗର ଅଣ୍ଡରପ୍ୟାଣ୍ଟ୍‌ ପିନ୍ଧିଥିବା ଏହି ମହିଳା ରେଡ୍‌ କାର୍ପେଟରେ ନାରା ଦେଇ ‘ଷ୍ଟପ୍‌ ରେପିଙ୍ଗ୍‌ ଅସ୍‌’ କହିବା ଆରମ୍ଭ କରି ଦେଇଥିଲେ, ଯାହାର ତୁରନ୍ତ ପରେ ସେଠାରେ ଉପସ୍ଥିତ ସୁରକ୍ଷା ଅଧିକାରୀମାନେ ମହିଳାଙ୍କୁ କଭର୍‌ କରି ସେଠାରୁ ନେଇ ଯାଇଥିଲେ। ଏହାରି ଭିତରେ ଫଟୋଗ୍ରାଫରମାନେ ଏହି ପୂରା ଦୃଶ୍ୟକୁ ନିଜ କ୍ୟାମେରାରେ କ୍ୟାପ୍‌ଚର କରି ନେଇଥିଲେ। ଏପରି କି, ମହିଳାଙ୍କ ପିଠି ଉପରେ ସ୍କମ୍‌ ଭଳି ଶବ୍ଦ ମଧ୍ୟ ଲେଖା ହୋଇଥିଲା। ତେବେ ମହିଳାଙ୍କ ବିରୋଧ କାରଣରୁ କାନ୍ସ ଫେଷ୍ଟିଭାଲ୍‌ର ପୂର୍ବ ନିର୍ଦ୍ଧାରିତ କେତେକ ଇଭେଣ୍ଟ୍‌ ବାଧାପ୍ରାପ୍ତ ହୋଇଥିବା ରିପୋର୍ଟରୁ ଜଣାଯାଇଛି।

ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡ଼ିତ ଭିଡିଓ ନିଅାଁ ଭଳି ଭାଇରାଲ ହେଉଛି। ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ କାନ୍ସର ରେଡ୍‌ କାର୍ପେଟ୍‌ରେ ପହଞ୍ଚିଛି। ଅନେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଯୁଦ୍ଧରେ ରୁଷ୍‌ର ସୈନିକମାନେ ୟୁକ୍ରେନ ମହିଳାମାନଙ୍କ ସହିତ ଦୁଷ୍କର୍ମ କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ ଗତ ମାସରେ ଅନୁସନ୍ଧାନକାରୀ ମାନେ ଛୋଟ ପିଲାଙ୍କୁ ଯୌନ ଉତ୍ପୀଡ଼ନ ସହିତ ରୁଷ୍‌ ସୈନିକଙ୍କ କବ୍‌ଜାରେ ଥିବା ଅଞ୍ଚଳରେ ଶହ ଶହ ଦୁଷ୍କର୍ମ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ତେବେ ସେପଟେ ଜେଲେନ୍‌ସ୍କି କାନ୍ସ ଉଦ୍‌ଘାଟନୀ ସମାରୋହରେ ନିଜ ଦେଶ ପାଇଁ ସହାୟତା ନିମନ୍ତେ ଏକ ଭିଡିଓ ଅପିଲ୍‌ କରିଥିଲେ।

 

View this post on Instagram

 

A post shared by Vesti.bg (@vesti.bg_)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.