ଏହି ଅଭିନେତାଙ୍କ କାରଣରୁ ନିର୍ବାଚନରେ ହାରିଥିଲା କଂଗ୍ରେସ୍, ଭୟରେ ଅନେକ ମାସ ଯାଏ ପଠାଇଦେଇଥିଲା ଜେଲ୍

କମେଡି ଫିଲ୍ମର କିଙ୍ଗ୍ ଭାବରେ ପରିଚିତ ଉତ୍ପଲ ଦତ୍ତଙ୍କ ଆଜି ହେଉଛି ଜନ୍ମଦିନ । ୨୯ ମାର୍ଚ୍ଚ ୧୯୨୯ ରେ ଜନ୍ମ ହୋଇଥିଲେ ଉତ୍ପଲ । ନିଜ ଫିଲ୍ମି କ୍ୟାରିୟରରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ଏବଂ ମଜାଦାର ଫିଲ୍ମ । ତେବେ ଗୋଲମାଲ୍ ଫିଲ୍ମରେ ତାଙ୍କ ଚରିତ୍ରକୁ କେହି ଭୁଲିପାରିବେନି । ତେବେ ଉତ୍ପଲଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନୀକୁ ନେଇ କିଛି ଅଜଣା କଥା ।

ଉତ୍ପଲଙ୍କ ଜନ୍ମ ବାଲଂଦେଶର ବାରିସଲରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା ତାଙ୍କର ଶିଲଂରୁ ହୋଇଥିଲା । ବାପା ଗିରିଜା ରଞ୍ଜନ ଦତ୍ତ ତାଙ୍କୁ ଆଗକୁ ପଢିବା ପାଇଁ କୋଲକାତା ପଠାଇଦେଇଥିଲେ । ଯେଉଁଠି ସେ ଇଂରାଜୀ ସାହିତ୍ୟରେ ଗ୍ରାଜୁଏସନ୍ କରିଥିଲେ । ତେବେ କଲେଜ୍ ସମୟରୁ ହିଁ ଉତ୍ପଲଙ୍କର ଥିଏଟର୍ ପ୍ରତି ରୁଚି ବଢିବାକୁ ଲାଗିଥିଲା । ୧୯୪୦ରେ ସେ ଇଂରାଜୀ ସାହିତ୍ୟ ସହ ଯୋଡି ହୋଇଥିଲେ ଏବଂ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ଇଂରାଜୀ ସହ ବଙ୍ଗାଳୀ ନାଟକରେ କାମ କରିବା ଆରମ୍ଭ କରିଥିଲେ । ଏହି ସମୟରେ ନାଟକ ଲେଖିବା ସହ ନିର୍ଦ୍ଦେଶନା କାମ ମଧ୍ୟ ଆରମ୍ଭ କଲେ । ତେବେ ପଶ୍ଚିମବଙ୍ଗ ରାଜନୀତି ଉପରେ ଲିଖିତ ତାଙ୍କର ନାଟକ ଯୋଗୁଁ ଅନେକ ସମୟରେ ବିବାଦ ହୋଇଛି ।

Utpal Duttଉତ୍ପଲ ଦତ୍ତ ଜଣେ ବଡ଼ ମାର୍କ୍ସବାଦୀ କ୍ରାନ୍ତିକାରୀ ଥିଲେ । ତାଙ୍କର ନାଟକ ଜନତାଙ୍କୁ ବହୁତ ପସନ୍ଦ ଆସୁଥିଲା କିନ୍ତୁ ସରକାର ଥିଲେ ତାଙ୍କର ଘୋର ବିରୋଧୀ । ଉତ୍ପଲଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଅନେକ ନାଟକ ବିବାଦ ଘେରକୁ ଆସିଥିଲା । ଆଉ ଏହି ବିବାଦୀୟ ନାଟକ ମଧ୍ୟରୁ ଗୋଟିଏ ଥିଲା ୧୯୬୩ରେ ଆସିଥିଲା କଲ୍ଲୋଳ । ଯେଉଁଥିରେ ଦେଖାଯାଇଥିଲା ନୌସେନାର ବିଦ୍ରୋହର କାହାଣୀ । ଏହି ନାଟକରେ ତତ୍କାଳୀନ କଂଗ୍ରେସ୍ ସରକାରକୁ ସିଧା ସଳଖ ଟାର୍ଗେଟ୍ କରାଯାଇଥିଲା ।

ଏପରିକି ୧୯୬୫ରେ କ୍ଷୁବ୍ଧ ପଶ୍ଚିମବଙ୍ଗ ସରକାର ଉତ୍ପଲ ଦତ୍ତଙ୍କୁ ଅନେକ ମାସ ଯାଏଁ ଜେଲ୍ ପଠାଇଦେଇଥିଲେ । ଏହା ପରେ ଯେତେବେଳେ ୧୯୬୭ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହୋଇଥିଲେ ସେତେବେଳେ ପରାଜୟର ସାମ୍ନା କରିଥିଲା କଂଗ୍ରେସ୍ । ଏହି ପରି ପ୍ରଥମ ଥର ପାଇଁ ବାମଦଳର ମହାମେଂଟରେ ସରକାର ହୋଇଥିଲା । ତେବେ କଂଗ୍ରେସ୍ ସରକାରର ପରାଜୟର ଗୋଟିଏ କାରଣ ଉତ୍ପଲଦତ୍ତଙ୍କ ଗିରଫ ବୋଲି କୁହାଯାଏ । ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ହୋଇଥିଲା ସେତେବେଳେ ଉତ୍ପଲ ତିନିଟି ନାଟକ ବାରିକେଡ୍, ସିଟି ଅଫ୍ ନାଇଟମେୟର୍ସ ଏବଂ ଇଣ୍ଟର ଦ କିଙ୍ଗ୍ ଲେଖିଥିଲେ । ସେ ସମୟରେ ସରକାର ତାଙ୍କର ଏହି ତିନିଟି ଯାକ ଯାକ ନାଟକକୁ ବ୍ୟାନ୍ କରିଦେଇଥିଲା ।

utpal୧୦୦ ରୁ ଅଧିକ ଫିଲ୍ମ କରିଛନ୍ତି ଉତ୍ପଲ୍ ଦତ୍ତ । ଫିଲ୍ମ ଗୋଲମାଲ, ନରମ ଗରମ ଏବଂ ରଙ୍ଗ ବେରଙ୍ଗୀ ପାଇଁ କମେଡିର ଫିଲ୍ମ ଫେୟାର୍ ଆୱାର୍ଡ ମିଳିଛି । ଦର୍ଶକଙ୍କୁ ହସାଉଥିବା ଉତ୍ପଲ ୧୯ ଅଗଷ୍ଟ ୧୯୯୩ରେ ଦୁନିଆକୁ ଚୀରଦିନ ପାଇଁ କହିଥିଲେ ଅଲବିଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.