ଦେଖନ୍ତୁ Unseen Photos: ପିଲାବେଳେ ଏମିତି ଦେଖାଯାଉଥିଲେ ସୁହାନା ଖାନ ଓ ଅନନ୍ୟା ପାଣ୍ଡେ

ବଲିଉଡର ପ୍ରସିଦ୍ଧ ଯୋଡ଼ି ଶାହରୁଖ ଖାନ ଓ ଗୌରୀ ଖାନଙ୍କ ଝିଅ ସୁହାନା ଖାନ 22 ମେ’ରେ 20 ବର୍ଷରେ ପାଦ ଦେଇଛନ୍ତି। ଏହି ଖାସ ଅବସରରେ ତାଙ୍କ ପ୍ରିୟ ସାଙ୍ଗ ଅନନ୍ୟା ପାଣ୍ଡେ ତାଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅନନ୍ୟା ସୁହାନାଙ୍କ ସହିତ ଥିବା ପିଲାବେଳର କିଛି ସୁନ୍ଦର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

2

ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ମୁଁ ଦୁଇଟି ଜିନିଷ ସବୁଠାରୁ ଅଧିକ ମିସ କରୁଛି। ଗୋଟିଏ ହେଲା ବାହାରକୁ ଯିବା ଆଉ ଗୋଟିଏ ହେଲା ସୁହାନା। 20ତମ ଜନ୍ମଦିନର ଶୁଭେଚ୍ଛା ସୁ। କିନ୍ତୁ ତୁମେ ସବୁବେଳେ ମୋ ଛୋଟ ବେବି ହୋଇ ରହିବ’। ଅନନ୍ୟା ସେୟାର କରିଥିବା ଫଟୋରେ ସୁହାନା ତାଙ୍କ କାନ୍ଧ ଉପରେ ଲଟକିଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ସେ କ୍ୟାପସନ ଲେଖିଛନ୍ତି, ‘ସବୁବେଳେ ତୁମର ସାହାରା ମିଳିଛି’।

3

ସୁହାନା ଏହା ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ହାହାହା, ଏହି ଫଟୋ ଏତେ ବି ଖରାପ ନୁହେଁ। ମୁଁ ବି ତୁମକୁ ଭଲ ପାଉଛି। ଧନ୍ୟବାଦ। ମୋତେ ବି ତମ କଥା ମନେ ପଡୁଛି’। କହି ରଖୁଛୁ, ସୁହାନା ନ୍ୟୁୟର୍କରେ ରହି ଫିଲ୍ମ ନିର୍ମାଣର ପାଠ ପଢୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ନିଜ ପରିବାର ସହିତ ମୁମ୍ବାଇରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.