କୋଭିଡ କର୍ଫ୍ୟୁ ନିୟମ ଭାଙ୍ଗିଲେ କପିଲ ଶର୍ମା ଶୋ’ର ଅଭିନେତ୍ରୀ ଉପାସନା ସିଂହ, ମାମଲା ରୁଜୁ

କପିଲ ଶର୍ମା ଶୋର ଅଭିନେତ୍ରୀ ଉପାସନା ସିଂହଙ୍କ ଉପରେ ଲାଗିଛି କୋଭିଡ କର୍ଫ୍ୟୁ ଅବମାନନା କରିଥିବା ଅଭିଯୋଗ। ରିପୋର୍ଟ ମୁତାବକ, ଉପାସନା ରୂପନଗରର ମୋରିଣ୍ଡାର ସୁଗାର ମିଲରେ ଫିଲ୍ମର କାଷ୍ଟ ସହ ସୁଟିଂ କରିବାକୁ ପହଞ୍ଚିଥିଲେ। ଏନେଇ ପଞ୍ଜାବ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ପୋଲିସ ଉପାସନାଙ୍କୁ ସୁଟିଂ ପାଇଁ ଅନୁମତି ମାଗିବା ଉପରେ ପ୍ରଶ୍ନ କରିଥିଲା। କିନ୍ତୁ ଉପାସନାଙ୍କ ପାଖରେ ଏହାର ଜବାବ ନ ଥିଲା।

ଏଣୁ ପୋଲିସ ଉପାସନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ପୂରା ସୁଟିଂ ସେଟର ଭିଡ଼ିଓ ବି ବନାଇଛି। ସୁଟିଂ ସେଟର ଫଟୋ ବି ଉଠାଯାଇଛି। ପ୍ରକାଶ ଯେ ଉପାସନା କପିଲ ଶର୍ମା ଶୋରେ ବୁଆ ବା ପିଉସୀ ଭୂମିକାରେ ଅଭିନୟ କରୁଥିଲେ।

ସୂଚନାଯୋଗ୍ୟ ଯେ କରୋନା ଭାଇରସର ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇ ସମେତ ଦେଶର ଅନେକ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି। ଏଣୁ ଫିଲ୍ମ ଓ ଟିଭି ସିରିୟଲର ସୁଟିଂ ବନ୍ଦ ରହିଛି। ମାତ୍ର କିଛି ନିର୍ମାତା ନିୟମ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ସୁଟିଂ ଜାରି ରଖିଛନ୍ତି।

Leave A Reply

Your email address will not be published.