ଡ୍ରେସିଂ ଷ୍ଟାଇଲକୁ ନେଇ ବିବାଦରେ ଫସିଗଲେ ଉର୍ଫି, ଥାନାରେ ଦାୟର ହେଲା ମାମଲା

ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ତାଙ୍କର ଅତରଙ୍ଗୀ ଫ୍ୟାଶନ ଷ୍ଟାଇଲ ସବୁବେଳେ ପବ୍ଲିସିଟି ଦେଇଥାଏ। ଟିଭି ଷ୍ଟାରରୁ ଫ୍ୟାଶନ କୁଇନ ବନିଥିବା ଉର୍ଫିଙ୍କୁ ନେଇ ସବୁବେଳେ ଚର୍ଚ୍ଚା। ତାଙ୍କର ଡ୍ରେସିଂ ଷ୍ଟାଇଲ ସବୁବେଳେ ତାଙ୍କୁ ଚର୍ଚ୍ଚାକୁ ଆଣିଥାଏ। ତେବେ ଏହି ଡ୍ରେସିଂ ଷ୍ଟାଇଲ ଯୋଗୁଁ ପୁଣି ଥରେ ବିବାଦରେ ଫସିଛନ୍ତି ଉର୍ଫି। ନିକଟରେ ରିଲିଜ ହୋଇଥିବା ଉର୍ଫିଙ୍କ ମ୍ୟୁଜିକ ଭିଡିଓ ‘ହାଏ ହାଏ ମଜବୁରୀ’ ପାଇଁ ବିବାଦରେ ଫସିଛନ୍ତି ଉର୍ଫି। ଏହାକୁ ନେଇ ଦିଲ୍ଲୀର ଏକ ଥାନାରେ ମାମଲା ଦାୟର କରାଯାଇଛି।
ଖବର ମୁତାବକ, ଉର୍ଫିଙ୍କ ମ୍ୟୁଜିକ ଭିଡିଓ ‘ହାଏ ହାଏ ମଜବୁରୀ’ ନିକଟରେ ରିଲିଜ ହୋଇଥିଲା। ଏହି ଭିଡିଓରେ ଉର୍ଫି ଏକ ନାଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଥିଲେ। ତେବେ ଉର୍ଫି ଏହି ଶାଢି ପିନ୍ଧି ଅଶ୍ଳୀଳତା ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ଏହି ମାମଲା କିଏ ଦାଏର କରିଛି, ତାଙ୍କ ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ଉର୍ଫିଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
View this post on Instagram
ଏହି ଗୀତ ଅକ୍ଟୋବର ୧୧ରେ ୟୁଟ୍ୟୁବରେ ରିଲିଜ ହୋଇଥିଲା। ଏହି ଗୀତରେ ଉର୍ଫି ଲାଲ ରଙ୍ଗର ଶାଢି ପିନ୍ଧି ଡ୍ୟାନ୍ସ କରୁଥିଲେ। ଏହି ଗୀତ ରିଲିଜ ହେବା ପରେ ଟ୍ରେଣ୍ଡିଂରେ ଥିଲା। ଗୀତ ରିଲିଜ ହେବାର ଗୋଟେ ଦିନରେ ପାଖାପାଖି ୮ ମିଲିଅନ ଭ୍ୟୁ ମିଳିଥିଲା। ଗୀତରେ ପୁଣିଥରେ ଉର୍ଫି ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ। ସୂଚନାଯୋଗ୍ୟ, ଏହି ଗୀତର ସୁଟିଂ ସମୟରେ ଉର୍ଫି ଆହତ ହୋଇଥିଲେ।
View this post on Instagram
ତେବେ ଉର୍ଫି ବିଗବସ୍ ଓଟିଟିରୁ ଲୋକପ୍ରିୟତା ହାସଲ କରିଥିଲେ। ତେବେ ସବୁବେଳେ ନିଜ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଉର୍ଫି। ପୂର୍ବରୁ ଉର୍ଫି ବିଜୁଳି ତାର, ପଥର, ଅଖା, କାଚରେ ତିଆରି ଡ୍ରେସ ପିନ୍ଧିଛନ୍ତି। ସେହିପରି କେବେ ଚେନ୍ ଆଉ କେବେ ଡିସ୍କୋ ଥିମ, ହାତଘଣ୍ଟାରେ ଡ୍ରେସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ଯାହା ଆପଣ କେବେ ବି ସ୍ୱପ୍ନରେ ଭାବିନଥିବେ, ସେମିତି ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଉର୍ଫି। ଏପରି ଡ୍ରେସିଂ ସେନ୍ସକୁ ନେଇ ମଧ୍ୟ ଟ୍ରୋଲିଂର ଶିକାର ହୋଇଛନ୍ତି।
ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଉର୍ଫି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୨୧୩୧ ପୋଷ୍ଟ କରିସାରିଛନ୍ତି। ସୋସିଆଲ ମିଡିଆର ତାଙ୍କୁ ୩.୬ ମିଲିଅନ ଲୋକ ଫଲୋ କରୁଛନ୍ତି।
Also Read : ଗୁରୁ ରନ୍ଧାଓ୍ଵାଙ୍କ ସହିତ ଦିଓ୍ଵାଲୀ ପାର୍ଟି ସେଲିବ୍ରେସନ କଲେ ଶେହନାଜ, ଫ୍ୟାନ୍ସ କହିଲେ ଭଲ ଜମିବ ଯୋଡି