ସୁଧୁରି ଗଲେ କି ଉର୍ଫି ଜାଭେଦ ? ନଗ୍ନତାକୁ ଛାଡ଼ି ପିନ୍ଧଛନ୍ତି ଟ୍ରାଡିସନାଲ ଡ୍ରେସ୍‌, ଫ୍ୟାନ୍‌ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ସେନସେସନ୍‌ ଉର୍ଫି ଜାଭେଦଙ୍କୁ କୌଣସି ପରିଚୟ ଦରକାର ନାହିଁ। ଛୋଟ ପରଦାରେ ନିଜର ଅଭିନୟ ଯାଦୁ ଦେଖାଇପାରିନଥିଲେ ସତ କିନ୍ତୁ ଇନଷ୍ଟାଗ୍ରାମରେ ଅତରଙ୍ଗୀ ଫ୍ୟାଶନ ସେନ୍ସ ଯୋଗୁଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ପ୍ରତିଦିନ ନୂଆ ନୂଆ ଫ୍ୟାଶନ ସେନ୍ସ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କ ଠାରୁ ଭିନ୍ନ କରିଥାଏ। କେବେ ଅଖା ଡ୍ରେସ ତ ଆଉ କେତେ କାଚ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ସେହିପରି କେବେ ଚେନ୍‌ ଆଉ କେବେ ଡିସ୍କୋ ଥିମ, ହାତଘଣ୍ଟାରେ ଡ୍ରେସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ଯାହା ଆପଣ କେବେ ବି ସ୍ୱପ୍ନରେ ଭାବିନଥିବେ, ସେମିତି ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଉର୍ଫି। ହେଲେ ଉର୍ଫି ଏବେ ଯେଉଁ ଡ୍ରେସ ପିନ୍ଧିଛନ୍ତି, ତାହା ମଧ୍ୟ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତେବେ ଉର୍ଫି ଏଥର ଏମିତି ନୂଆଡ୍ରେସ ପିନ୍ଧିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉର୍ଫି ଜାଭେଦଙ୍କ ଲାଟେଷ୍ଟ ଲୁକ୍‌ ଏଥର ଭିନ୍ନ ରହିଛି। ସବୁବେଳେ ନିଜ ଆଉଟଫିଟକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି। ତେଣୁ ଏଥର ଉର୍ଫିଙ୍କ ଟ୍ରାଡିସନାଲ ଲୁକ୍‌ ସମସ୍ତଙ୍କୁ ଚକିତ କରିଛି। ଦଶହରା ଅବସରରେ ଉର୍ଫି ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି।

ଉର୍ଫି ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କୌଣସି ଅତରଙ୍ଗୀ ଡ୍ରେସ ନୁହେଁ ଲେହେଙ୍ଗା ଚୋଲି ପିନ୍ଧିଛନ୍ତି। ଭିଡିଓରେ ଉର୍ଫି ବ୍ରାଇଡାଲ ଲୁକରେ ନଜର ଆସିଛନ୍ତି। ଉର୍ଫି ଏମ୍ବ୍ରୋଡରୀ ଥିବା ପର୍ପଲ କଲର ଲେହେଙ୍ଗା ପିନ୍ଧିଛନ୍ତି। ଏହା ସହିତ ଅଫ ସୋଲଡର ଷ୍ଟାଇଲିଶ ବ୍ଲାଉଜ ସହିତ ହେଭି ଜୁଏଲାରୀ, ଝୁମକା ପିନ୍ଧିଛନ୍ତି। ଆଉ ଉର୍ଫିଙ୍କର ଏମିତି ଲୁକ୍‌ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି। ଉର୍ଫିଙ୍କ ଏପରି ଲୁକ୍‌ ଦେଖି ସୋସିଆଲ ମିଡିଆ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି। ଆଉ ବିଭିନ୍ନ କମେଣ୍ଟ ଦେଇ ତାଙ୍କର ପ୍ରଶଂସା କରିବାରେ ଲାଗିପଡିଛନ୍ତି।

 

View this post on Instagram

 

A post shared by Uorfi (@urf7i)

ନିକଟରେ  ସୋସିଆଲ ମିଡିଆ ସେନସେସନ ଉର୍ଫି ଅଧିକ ଦିନ ପର୍ଯ୍ୟନ୍ତ ଲାଇମଲାଇଟରୁ ଦୂରେଇ ରହିପାରନ୍ତି ନାହିଁ। ଉର୍ଫି ଜାଭେଦ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଉର୍ଫି ପିଙ୍କ କଲରର ଟି ସାର୍ଟ ପିନ୍ଧିଥିବା ବେଳେ ଘଣ୍ଟାରେ ତିଆରି ହୋଇଥିବା ଏକ ସ୍କର୍ଟ ପିନ୍ଧିଛନ୍ତି। ଉର୍ଫି ହାତ ଘଣ୍ଟାରେ ସ୍କର୍ଟ କରି ପିନ୍ଧି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। କେବଳ ଏତିକି ନୁହେଁ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 

Leave A Reply

Your email address will not be published.