ମୁହଁ ଏବଂ ଛାତିରେ ଡିସ୍କୋ ବଲ୍‌ ଲଗାଇ ଭିଡିଓ କଲେ ଉର୍ଫି, ଲୋକେ କହିଲେ ଫିମେଲ ରାଜ କୁନ୍ଦ୍ରା

ଅଭିନେତ୍ରୀ ଉର୍ଫି ଜାଭେଦ ପୁଣିଥରେ ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଉର୍ଫି ଏଥିରେ ଡିସ୍କୋ ଥିମ୍‌ ଉପରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଭାଇରଲ ହେବାରେ ଲାଗିଛି। କିଛି ୟୁଜର୍ସ ଉର୍ଫିଙ୍କ ଏପରି ଅନ୍ଦାଜରେ ଭିଡିଓକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ୟୁଜର୍ସ ଟ୍ରୋଲ୍‌ କରୁଛନ୍ତି। ଉର୍ଫିଙ୍କ ଏହି ଭିଡିଓରେ ଶାହରୁଖ ଖାନଙ୍କ ‘ଦର୍ଦ ଏ ଡିସ୍କୋ’ ଗୀତ ବାଜୁଛି।

ଉର୍ଫି ଜାଭେଦ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉର୍ଫି ଜାଭେଦଙ୍କ ଡିସ୍କୋ ଥିମ୍‌ରେ ନଜର ଆସିଛନ୍ତି। ଉର୍ଫି ନିଜ ମୁହଁରେ ଡିସ୍କୋ ବଲ୍‌ ଅନ୍ଦାଜରେ କଭର କରିଛନ୍ତି। ସେହିପରି ଡିସ୍କୋ ଥିମ୍‌ ପାଟର୍ନରେ ନିଜର ଛାତିକୁ କଭର କରିଛନ୍ତି। ଉର୍ଫି ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି ‘ଦର୍ଦଏ ଡିସ୍କୋ।

ଦେଖନ୍ତୁ ଭିଡିଓ :

 

View this post on Instagram

 

A post shared by Uorfi (@urf7i)

ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୋସିଆଲ ମିଡିଆୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। କିଛି ସୋସିଆଲ ମିଡଆ ୟୁଜର୍ସ ଉର୍ଫିଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଦେଖି ପ୍ରଶଂସା କରୁଛନ୍ତି। ତେବେ ଅନେକ ୟୁଜର୍ସ ଏହାକୁ ଟ୍ରୋଲ ମଧ୍ୟ କରୁଛନ୍ତି। କିଛି ଲୋକ ତାଙ୍କୁ ଫିମେଲ ରାଜ କୁନ୍ଦ୍ରା ବୋଲି କହୁଛନ୍ତି।

ବିଗ୍‌ବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଆଉଟଫିଟ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍‌ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଅତରଙ୍ଗୀ ଡ୍ରେସ ଫ୍ୟାଶନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ପ୍ଲାଷ୍ଟିକ, ଜଞ୍ଜିର, ସେଫ୍ଟିପିନ୍‌ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷରେ ଡ୍ରେସ ତିଆରି କରି ପିନ୍ଧୁଛନ୍ତି। ସବୁବେଳେ ଦର୍ଶକଙ୍କୁ ମନୋରଂଜନର ଖୁରାକ ଯୋଗାଇ ଦିଅନ୍ତି।  କେବଳ ଇନଷ୍ଟାଗ୍ରାମରେ ଉର୍ଫିଙ୍କର ୩୫ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି।

ଏହା ପୂର୍ବରୁ ଉର୍ଫି ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ। ଏହି ଫଟୋରେ ଉର୍ଫି କେବଳ ଜିନ୍ସ ପିନ୍ଧିଥିଲେ ଏବଂ ଉପର ଭାଗକୁ ଚୁଟି ଦ୍ୱାରା ଘୋଡାଇଥିଲେ। ଉର୍ଫିଙ୍କ ଏହି ଫଟୋ ଭାଇରଲ ହୋଇଥିଲା। ଯାହାକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

 

View this post on Instagram

 

A post shared by Uorfi (@urf7i)

ଉର୍ଫି ଜାଭେଦ ଗତ କିଛିଦିନ ହେଲାଣି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଉର୍ଫି ନିଜର ଫ୍ୟାଶନ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି। ଉର୍ଫିଙ୍କ ଫ୍ୟାଶନ ସେନ୍ସକୁ ନେଇ କେବେ ଟ୍ରୋଲ ହେଉଥିବା ବେଳେ କେବେ କେବେ ପ୍ରଶଂସା ପାଉଛନ୍ତି। ଉର୍ଫିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଉର୍ଫି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୨୧୩୧ ପୋଷ୍ଟ କରିସାରିଛନ୍ତି। ସୋସିଆଲ ମିଡିଆର ତାଙ୍କୁ ୩.୬ ମିଲିଅନ ଲୋକ ଫଲୋ କରୁଛନ୍ତି।

 

View this post on Instagram

 

A post shared by Uorfi (@urf7i)

 

Also Read : ବଡି ଟ୍ରାନ୍ସଫରମେସନ କରିବାକୁ ଚାହୁଁଥିଲେ ଫଓ୍ଵାଦ ଖାନ, କିଡନୀ ହୋଇଗଲା ଖରାପ

Leave A Reply

Your email address will not be published.