ଶାର୍ପ ଶୁଟରଙ୍କ ଟାର୍ଗେଟ୍‌ରେ ଅଛନ୍ତି କି ଉର୍ଫି ଜାଭେଦ୍‌! କହିଲେ, ‘ମୋତେ କେହି ଡରାଇ ପାରିବେନି…’

ଉର୍ଫି ଜାଭେଦ୍‌ ମନୋରଞ୍ଜନ ଦୁନିଆର ଏକ ଚର୍ଚ୍ଚିତ ନାଁ। ନିଜର ବୋଲ୍ଡ ଲୁକ୍‌ ଏବଂ ବୋଲ୍ଡ ଡ୍ରେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଉର୍ଫି। ବର୍ତ୍ତମାନ ସେ ନା କୌଣସି ସିରିଏଲ୍‌ରେ ନଜର ଆସୁଛନ୍ତି ନା କୌଣସି ଫିଲ୍ମ ତାଙ୍କର ଆସୁଛି, ତଥାପି ଲାଇମ୍‌ଲାଇଟ୍‌ରେ କୌଣସି ବଡ଼ ଷ୍ଟାର୍‌ଙ୍କଠାରୁ ସେ କମ୍‌ରେ ନାହାନ୍ତି।

ଉର୍ଫି ଜାଭେଦ୍‌ ତାଙ୍କ ନିଆରା ଫ୍ୟାସନ ସେନ୍ସ ପାଇଁ ଜଣାଯାଇ ଥାଆନ୍ତି ଏବଂ ସବୁବେଳେ ନିଜର ଅଜବ ଆଉଟ୍‌ଫିଟ ପାଇଁ ଚର୍ଚ୍ଚାକୁ ଆସି ଥାଆନ୍ତି। ହେଲେ ଏବେ ଉର୍ଫି ଆଉ ଏକ କାରଣକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଖବର ରହିଛି, ଏହି କଳାକାରଙ୍କୁ କେହି ଜଣେ ଜୀବନରୁ ମାରିଦେବାକୁ ଧମକ ଦେଇଛି।

ଉର୍ଫି ଜାଭେଦ୍‌ ନିଜେ ଏ ନେଇ ସୂଚନା ଦେଇଛନ୍ତି। ସେ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଏହାସହ ଜଡ଼ିତ ପୂରା ତଥ୍ୟ ଫ୍ୟାନ୍‌ମାନଙ୍କ ସହ ସେୟାର କରିଛନ୍ତି। ଉର୍ଫି କେବଳ ଏହା ବିଷୟରେ ଲୋକଙ୍କୁ ଜଣାଇ ନାହାନ୍ତି, ବରଂ ହ୍ଵାଟସ୍‌ଆପ ଚାଟିଂର କିଛି ସ୍କ୍ରିନ୍‌ଶର୍ଟ ସେୟାର କରି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଏବେ ସୋସିଆଲ ମିଡିଆରେ ଉର୍ଫିଙ୍କ ଚାଟିଂର ସ୍କ୍ରିନ୍‌ଶର୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଉର୍ଫି ଆହୁରି କହିଛନ୍ତି, କେହି ଜଣେ ତାଙ୍କୁ ଅଧ ରାତିରେ ଭିଡିଓ କଲ୍‌ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ତା’ ଛଡ଼ା ବ୍ୟକ୍ତି ଜଣକ ତାଙ୍କୁ ଗ୍ୟାଙ୍ଗ୍‌ଷ୍ଟାର ଟିଲ୍ଲ ତାଜପୁରିଆ ଗ୍ୟାଙ୍ଗ୍‌ର ଶାର୍ପ ଶୁଟର ଗିରଫ ହେବାର ୟୁଟ୍ୟୁବ୍‌ ଭିଡିଓ ପଠାଇଥିଲେ ବୋଲି ଉର୍ଫି ଫ୍ୟାନମାନଙ୍କୁ ଜଣାଇଛନ୍ତି।

whatsapp
photo: Zee News

ଚାଟିଂରେ ଉର୍ଫି ‘ସେ କିଏ’ ବୋଲି ପ୍ରଶ୍ନ କରିଛନ୍ତି। ସେଠି ଅନ୍ୟ ଏକ ସ୍କ୍ରିନ୍‌ଶର୍ଟରେ ଉର୍ଫି ଜାଭେଦ୍‌ ଲେଖିଛନ୍ତି ଯେ ସେ କାହାରିକୁ ଡରିବା ଲୋକ ନୁହଁନ୍ତି। ମୋଟାମୋଟି ଏ ସମସ୍ତ ଚାଟ୍‌ରୁ ଜଣାପଡ଼ୁଛି, ବ୍ୟକ୍ତି ଜଣକ ଉର୍ଫିଙ୍କୁ କାହାର ଫଟୋ ହଟାଇବାକୁ ଡିମାଣ୍ଡ କରୁଛନ୍ତି। କିନ୍ତୁ ଉର୍ଫି ଭୟଭୀତ ନ ହୋଇ ଏହାର ସାମ୍ନା କରୁଛନ୍ତି।

screen
photo: Zee News

ଏଥି ପୂର୍ବରୁ ଉର୍ଫି କହିଥିଲେ ଯେ କେହି ଜଣେ ତାଙ୍କୁ ବ୍ଲାକ୍‌ମେଲ କରିବାକୁ ଚେଷ୍ଟା କରୁଥିଲା। ସେ ସେହି ବ୍ୟକ୍ତିଙ୍କ ଉପରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଥିଲେ। ଉର୍ଫି ସୋସିଆଲ ମିଡିଆରେ ଏକ ପୋଷ୍ଟ୍‍ ସେୟାର କରି କହିଥିଲେ କି, ବ୍ୟକ୍ତି ଜଣକ ପଞ୍ଜାବୀ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅଛନ୍ତି, ଯାହାଙ୍କ ସହିତ ସେ କାମ ମଧ୍ୟ କରି ସାରିଛନ୍ତି। ହେଲେ ଲମ୍ବା ସମୟରୁ ସେ ତାଙ୍କୁ ବ୍ଲାକ୍‌ମେଲ କରି ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.