ଏଥର ଅଖା କି କାଚ ନୁହେଁ ହାତଘଣ୍ଟାରେ ସ୍କର୍ଟ କରି ପିନ୍ଧିଲେ ଉର୍ଫି ଜାଭେଦ, ଦେଖନ୍ତୁ ଭିଡିଓ

ବିଗବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜ ଅତରଙ୍ଗୀ ଡ୍ରେସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ନିଜର ଡ୍ରେସିଂ ଫ୍ୟାଶନ ଯୋଗୁଁ ଟ୍ରୋଲ ମଧ୍ୟ ହୁଅନ୍ତି। ସବୁବେଳେ ଇନଷ୍ଟାରେ ଫଟୋ ଏବଂ ଭିଡିଓ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ପାଇଁ ପୁଣି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥର ଉର୍ଫି ସବୁ ସୀମା ପାର କରିଛନ୍ତି। ଏହି ଭିଡିଓରେ ଉର୍ଫି ହାତରେ ପିନ୍ଧୁଥିବା ଘଣ୍ଟାକୁ ଡ୍ରେସ କରି ପିନ୍ଧିଥିବା ନଜର ଆସିଛନ୍ତି।

ସୋସିଆଲ ମିଡିଆ ସେନସେସନ ଉର୍ଫି ଅଧିକ ଦିନ ପର୍ଯ୍ୟନ୍ତ ଲାଇମଲାଇଟରୁ ଦୂରେଇ ରହିପାରନ୍ତି ନାହିଁ। ଉର୍ଫି ଜାଭେଦ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉର୍ଫି ପିଙ୍କ କଲରର ଟି ସାର୍ଟ ପିନ୍ଧିଥିବା ବେଳେ ଘଣ୍ଟାରେ ତିଆରି ହୋଇଥିବା ଏକ ସ୍କର୍ଟ ପିନ୍ଧିଛନ୍ତି। କେବଳ ଏତିକି ନୁହେଁ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 

View this post on Instagram

 

A post shared by Uorfi (@urf7i)

ଏହି ଅନ୍ଦାଜରେ ଉର୍ଫି ବେଶ୍‌ କୁଲ୍‌ ଲାଗୁଛନ୍ତି। ଉର୍ଫି ଜାଭେଦଙ୍କ ଏହି ଭିଡିଓ ଦେଖି ତାଙ୍କ ଷ୍ଟାଇଲିଶ ଅନ୍ଦାଜକୁ କେହି ଟକ୍କର ଦେଇପାରିବେ ନାହିଁ ବୋଲି ଫ୍ୟାନ୍ସ କରୁଛନ୍ତି। ତେବେ ଏମିତି ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ଉର୍ଫି ବିଜୁଳି ତାର, ପଥର, ଅଖା, କାଚରେ ତିଆରି ଡ୍ରେସ ପିନ୍ଧିଛନ୍ତି। ଏପରି ଡ୍ରେସିଂ ସେନ୍ସକ ୁନେଇ ମଧ୍ୟ ଟ୍ରୋଲିଂର ଶିକାର ହୋଇଛନ୍ତି।

ଉର୍ଫି ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ନୂଆ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ରହିଥାନ୍ତି। ଫ୍ୟାନ୍ସ ତାଙ୍କ ଭିଡିଓକୁ ପସନ୍ଦ ମଧ୍ୟ କରନ୍ତି। ନିଜର ସିଜିଲିଂ ଅନ୍ଦାଜ ପାଇଁ ଉର୍ଫି ବେଶ୍‌ ପରିଚିତ ମଧ୍ୟ।

ନିକଟରେ ଉର୍ଫିଙ୍କର ଯେଉଁ ଭିଡିଓ ଭାଇରଲ ହୋଇଥିଲା ସେଥିରେ ଉର୍ଫି କୌଣସି ଡ୍ରେସ ନୁହେଁ ବରଂ ଛାତିରେ ରଙ୍ଗ ଲଗାଇଥିବାର ନଜର ଆସିଥିଲେ। ଏହା ପୂର୍ବରୁ ଡିସ୍କୋ ଲୁକ୍‌ରେ ବେଶ୍‌ ଭାଇରଲ ହୋଇଥିଲେ। ଡିସ୍କୋ ଥିମ୍‌ ପାଟର୍ନରେ ନିଜର ଛାତିକୁ କଭର କରିଛନ୍ତି। ଉର୍ଫି ଭିଡିଓ ସହିତ କ୍ୟାପସନରେ ଲେଖିଥିଲେ ‘ଦର୍ଦଏ ଡିସ୍କୋ। ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା। ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଥିଲେ। କିଛି ସୋସିଆଲ ମିଡଆ ୟୁଜର୍ସ ଉର୍ଫିଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଦେଖି ପ୍ରଶଂସା କରୁଛନ୍ତି। ତେବେ ଅନେକ ୟୁଜର୍ସ ଏହାକୁ ଟ୍ରୋଲ ମଧ୍ୟ କରୁଥିବା  କିଛି ଲୋକ ତାଙ୍କୁ ଫିମେଲ ରାଜ କୁନ୍ଦ୍ରା ବୋଲି କହୁଛନ୍ତି।

 

View this post on Instagram

 

A post shared by Uorfi (@urf7i)

ବିଗ୍‌ବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଆଉଟଫିଟ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍‌ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଉର୍ଫି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୨୧୩୧ ପୋଷ୍ଟ କରିସାରିଛନ୍ତି। ସୋସିଆଲ ମିଡିଆର ତାଙ୍କୁ ୩.୬ ମିଲିଅନ ଲୋକ ଫଲୋ କରୁଛନ୍ତି।

Also Read : ମୁହଁ ଏବଂ ଛାତିରେ ଡିସ୍କୋ ବଲ୍‌ ଲଗାଇ ଭିଡିଓ କଲେ ଉର୍ଫି, ଲୋକେ କହିଲେ ଫିମେଲ ରାଜ କୁନ୍ଦ୍ରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.