ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ୍, ମଦ ପିଇ ଚାଲିପାରୁନଥିବା ଭିଡିଓ ଭାଇରାଲ

ଉର୍ଫି ଜାଭେଦ୍ ସବୁବେଳେ ସୋସିଆଲ ମିଡିଆରେ କୌଣସି କାରଣରୁ ଖବରରେ ରହିଥାନ୍ତି । ତେବେ ଉର୍ଫିଙ୍କ ଫ୍ୟାଶନ୍ ଯୋଗୁ ସେ ଅଧିକ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ଉର୍ଫି ତାଙ୍କ ଡ୍ରେସ୍ ଯୋଗୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଲାଇମଲାଇଟକୁ ଆସିଛିନ୍ତି । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଉର୍ଫି ମଦ ପିଇଥିବାର ଦେଖିବାକୁ ମିଳିଛି । ତେବେ ଉର୍ଫି ମଦ ପିଇବା ଯୋଗୁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଭାଇରାଲ ଭିଡିଓରେ ଅଭିନେତ୍ରୀ ବହୁତ ମଦ ପିଇଥିବାର ଦେଖିବାକୁ ମିଳିଛି ଏବଂ ସେ ଚାଲିବାକୁ ମଧ୍ୟ ସକ୍ଷମ ହେଉନାହାନ୍ତି ।
ଉର୍ଫି ଜାଭେଦ୍ ନିଜର ଅତରଙ୍ଗି ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ଉର୍ଫି ବିଭିନ୍ନ ଜିନିଷରୁ ନୂଆ ପ୍ରକାରର ଡ୍ରେସ୍ ତିଆରି କରି ପିନ୍ଧୁଥିବାର ନଜର ଆସନ୍ତି । ପ୍ରତିଥର ପ୍ରଶଂସକଙ୍କ ପାଇଁ ଉର୍ଫିଙ୍କ ନୂଆ ଲୁକ୍ ବହୁତ ଚକିତ କରିଥାଏ । ତେବେ ଏଥର ତାଙ୍କ ଭିଡିଓ ଏକ ଆଲୋଡ଼ନ ସୃଷ୍ଟି କରିଛି । ମଦ ପିଇବା ହେତୁ ସେ ସଠିକ୍ ଭାବରେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି ଏବଂ ଉର୍ଫିଙ୍କ ଭଉଣୀ ତାଙ୍କୁ ହାତ ଧରି ତାଙ୍କୁ ନେଇଥିବାର ଦେଖିବାକୁ ମିଳିଛି ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଉର୍ଫି ଜାଭେଦ୍ ପିଙ୍କ କଲର ଡ୍ରେସ ପିନ୍ଧିଛନ୍ତି । ଏହା ସହ କ୍ୟାମେରା ଆଗରେ ଆସିବା ମାତ୍ରେ ଉର୍ଫି ହସିବା ଆରମ୍ଭ କରୁଛନ୍ତି । ତାଙ୍କ ଭଉଣୀ ଉର୍ଫି ସହିତ ଦେଖିବାକୁ ମିଳିଛନ୍ତି । ଯିଏ ତାଙ୍କ ହାତ ଧରି ତାଙ୍କୁ କାରକୁ ନେବା ସହ କାରରେ ବସାଇଛନ୍ତି । ଏହା ପରେ ଉର୍ଫିଙ୍କ ଭଉଣୀ ମଧ୍ୟ ତାଙ୍କ ଡ୍ରେସ୍ ସଜାଡୁଥିବା ଦେଖିବାକୁ ମିଳିଥିଲା । ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଉର୍ଫି ଜାଭେଦ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ପ୍ରତ୍ୟେକ ଥର ନିଜ ପୋଷ୍ଟ ମାଧ୍ୟମରେ ଏକ ଆଲୋଡ଼ନ ସୃଷ୍ଟି କରନ୍ତି । କେବଳ ଉର୍ଫି ଜାଭେଦ ନୁହଁନ୍ତି ବରଂ ଟିଭି ଠାରୁ ବଲିଉଡ ପର୍ଯ୍ୟନ୍ତ ଅନେକ ସୁନ୍ଦରୀ ମଧ୍ୟ ମଦ ପିଇଥିବାର ନଜର ଆସିଥାନ୍ତି ।