ପୁଣି ଅତରଙ୍ଗୀ ଅନ୍ଦାଜରେ ନଜର ଆସିଲେ ଉର୍ଫି, ଏଥର ସୁଇମ ସୁଟ୍‌ ପିନ୍ଧି ରାସ୍ତାରେ ବୁଲିଲେ

ସୋସିଆଲ ମିଡିଆ ସେନସେସନ୍‌ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। ସବୁବେଳେ ନିଜ ଲୁକ୍ସ ଏବଂ ଆଉଟଫିଟ୍‌କୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି। ଉର୍ଫି ନିଜର ବୋଲ୍ଡ ଡ୍ରେସିଂ ସେନ୍ସ ଯୋଗୁଁ ପ୍ରତି ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଏଥିପାଇଁ ସେ ଖୁବ୍ ଟ୍ରୋଲ ମଧ୍ୟ ହୁଅନ୍ତି। ନିଜର ଫ୍ୟାଶନ ସେନ୍ସ ଯୋଗୁଁ ସବୁବେଳେ ବଡ ବଡ ସେଲିବ୍ରିଟିକୁ ଆକର୍ଷିତ କରିଥାନ୍ତି ଉର୍ଫି।କେତେ ବେଳେ ତାର ତ ଆଉ କେତେ ବେଳେ ଜଞ୍ଜିର ଆଉ କେତେକବେଳେ କାଚ ଏବଂ ବ୍ଲେଡରେ ଡ୍ରେସ କରି ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି।

ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଆଉ ଉର୍ଫି ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି। ଯାହା ଖୁବ୍ ଭାଇରଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର ମଧ୍ୟ ଏବେ ଅତରଙ୍ଗୀ ଅନ୍ଦାଜ୍ର ଫଟୋ ଭାଇରଲ୍ ହୋଇଛି।

ଉର୍ଫି ଜାଭେଦ୍ ପୁଣି ଥରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ଉର୍ଫି ଅଖା, ତାର, କାଚ, ବ୍ଲେଡ, ଜଞ୍ଜିର ଭଳି ଅନେକ ଜିନିଷରୁ ପୋଷାକ ତିଆରି କରିଛନ୍ତି । ଏଥର ସେ ଯାହା ପିନ୍ଧିଛନ୍ତି ତାହାକୁ କେହି ପିନ୍ଧିବାକୁ କଳ୍ପନା ମଧ୍ୟ କରି ପାରିବେ ନାହିଁ । ବର୍ତ୍ତମାନ ଉର୍ଫି ପୁଣି ମୁମ୍ବାଇରେ ନଜର ଆସିଥିଲେ ଆଉ ଏକ ସବୁଜ ରଙ୍ଗର ସୁଇମ ସୁଟ୍‌ ପିନ୍ଧିଥିବା ବେଳେ ଅଣ୍ଟା ତଳରୁ ଏକ ସ୍କର୍ଟ ଦଉଡି ସହାୟତାରେ କରି ପିନ୍ଧିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ଏକ ସବୁଜ ରଙ୍ଗର ସୁଇମ ସୁଟ୍ ପରି ପୋଷାକ ପିନ୍ଧିଛି ଏବଂ ଅଣ୍ଟାରୁ ଏକ ଦଉଡିର ସ୍କର୍ଟ୍ ତିଆରି କରାଯାଇଛି । ଯାହାକୁ ପିନ୍ଧିଲେ ସବୁ କିଛି ଦେଖାଯାଉଛି। ଉର୍ଫି କାରରୁ ଓହ୍ଲାଇ ସେ ପିନ୍ଧିଥିବା ବ୍ଲେଜରକୁ ବାହାର କରିଦେଲେ । ଏହା ପରେ ସେ ଫଟୋ କ୍ଲିକ୍ କଲେ। ପଛରୁ ଉର୍ଫିଙ୍କ ଲୁକ୍ ଏତେ ବୋଲ୍ଡ ଯେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଉର୍ଫିଙ୍କୁ ହିଁ ଦେଖୁଥିଲେ ।

କେତେକ ଲୋକ ତାଙ୍କୁ ରଣବୀର ସିଂ ପାର୍ଟ-୨ ଲେଖିଛନ୍ତି। ଆଉ କିଏ ପାଗଳ ବୋଲି ସମ୍ବୋଧନ କରିଥିବା ବେଳେ ଆଉ କିଏ ଅଲଗା କମେଣ୍ଟ ଦେଇଛନ୍ତି। ଆଉ ଜଣେ ଲେଖିଛନ୍ତି ଫ୍ୟାଶନ ନାମ ଖରାପ କରିଦେଇଥିବା ଯୁବତୀ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.