କାହାକୁ ବିବାହ କରୁଛନ୍ତି ଉର୍ଫି ଯାବେଦ ? ଉତ୍ତରରେ ଅଭିନେତ୍ରୀ କହିଲେ ଏହି ନାମ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଉର୍ଫି ଯାବେଦ ସର୍ବଦା ନିଜର ଡ୍ରେସକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଛୋଟ ଏବଂ କମ୍‌ କପଡାକୁ ନେଇ ତାଙ୍କୁ ୟୁଜର୍ସଙ୍କ ଠାରୁ ବହୁତ କିଛି ଶୁଣିବାକୁ ମିଳେ । ଖାଲି ଛୋଟ କପଡା ନୁହେଁ ତାଙ୍କର ବୟାନ ମଧ୍ୟ ଅନେକ ସମୟରେ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଥାଏ । ନିକଟରେ ସେ ‘ପଠାନ’ ର ଅଭିନେତା ଶାହାରୁଖ ଖାନ୍‌ଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏକଥା ତ ଅଭିନେତ୍ରୀ ଥଟ୍ଟା ମଜାରେ କହିଥିଲେ । ହେଲେ ଏବେ ସେ କାହାକୁ ବିବାହ କରିବେ, ଏ ନେଇ ପ୍ରକାଶ କରିଛନ୍ତି ।

ଏ କଥାକୁ ନେଇ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ତ ସାମ୍ବାଦିକଙ୍କ ଉପରେ ରାଗିଲେ ଯେ ଏତେ ପ୍ରଶ୍ନ କ’ଣ ପାଇଁ ପଚାରୁଛନ୍ତି ବୋଲି । ହେଲେ ସାମ୍ବାଦିକମାନେ ଯେବେ ସେ କାହାକୁ ବିବାହ କରିବେ ବୋଲି ପଚାରିଲେ, ଉର୍ଫି ଯାହା ଉତ୍ତର ଦେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା ।

ଉର୍ଫି କହିଥିଲେ ଯେ ସେ ନିଜ ସହ ବିବାହ କରିବାକୁ ଯାଉଛନ୍ତି । ଏହା କହିବା ପରେ ଉର୍ଫି ହସିବାକୁ ଲାଗିଲେ ଓ ପୁଣି ଚାଲିଗଲେ । ହେଲେ ଉର୍ଫିଙ୍କ ଏହି ଭିଡିଓରେ ୟୁଜର୍ସ ଭଲ ଚଟପଟା ମସଲା ଲଗାଇଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି,-‘‘ ୟାଙ୍କର ହୃଦୟ ତ ସଫା,ହେଲେ ଉର୍ଫିଙ୍କର ଗୋଟିଏ ଅଭାବ ହେଉଛି, ତାଙ୍କୁ କପଡା ସର୍ବଦା ଅଭାବ ହୋଇଥାଏ, ନହେଲେ ତାଙ୍କର ଆଉ ସବୁ ଭଲ ।’’ ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି-‘‘ ଆଜି ଉର୍ଫି ଏତେ କପଡା କେମିତି ପିନ୍ଧି ପକାଇଲେ, ଲାଗୁଛି ଆଜି ବୋଧେ ବିବାହ ପାଇଁ ପୁଅ ଦେଖିବାକୁ ଯାଉଛନ୍ତି ।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.