ଆରେ ଏ କି ଡ୍ରେସ … ପିନ୍ଧି ଦେଲ ସିନା ଚାଲିବ କେମିତି ? ଉର୍ଫିଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ

ବିଗ୍‌ବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଆଉଟଫିଟ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍‌ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଅତରଙ୍ଗୀ ଡ୍ରେସ ଫ୍ୟାଶନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସବୁବେଳେ ଦର୍ଶକଙ୍କୁ ମନୋରଂଜନର ଖୁରାକ ଯୋଗାଇ ଦିଅନ୍ତି।  କେବଳ ଇନଷ୍ଟାଗ୍ରାମରେ ଉର୍ଫିଙ୍କର ୩୫ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି। ନିଜର ଅତରଙ୍ଗୀ ଆଉଟଫିଟ୍‌ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫି ପୁଣିଥରେ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ଟ୍ରୋଲ କରିଛନ୍ତି।

ଉର୍ଫି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଏକ କଳା ରଙ୍ଗର ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି ଉର୍ଫି। ଉର୍ଫି ଗୋଟେ ହାତରେ ନିଜ ଚୁଟି ଧରିଥିବା ବେଳେ ଅଣ୍ଟାରେ ଆଉ ଏକ ହାତ ରଖିଛନ୍ତି। ଏଥିରେ ବିକିନୀ ପିନ୍ଧିଥିବା ଉର୍ଫି କପଡା ଖଣ୍ଡକୁ ଯୋଡି ଗୋଡ ଠାରୁ ତଳକୁ ବାନ୍ଧିଛନ୍ତି। ଏହି ଡିଜାଇନ ଦେଖି ଫ୍ୟାନ୍ସ ଟ୍ରୋଲ କରିଛନ୍ତି। କିପରି ଚାଲିବେ ବୋଲି ପ୍ରଶ୍ନ ପଚାରିଛନ୍ତି। ଭିଡିଓ ସେୟାର କରି ଉର୍ଫି କ୍ୟାପସନରେ ଅନେକ ପ୍ରଜାପତି ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by Uorfi (@urf7i)

ଅନେକ ଲୋକ ଉର୍ଫିଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିଥିବା ବେଳେ ଅଧିକାଂଶ ଲୋକ ଟ୍ରୋଲ କରିଛନ୍ତି। କିଛି ୟୁଜର୍ସ ଉର୍ଫିଙ୍କ ନୂଆ ଡ୍ରାମା ବୋଲି ଲେଖିଛନ୍ତି। ତେବେ ଆଉ ଜଣେ ଫ୍ୟାନ୍ସ ପଚାରିଛନ୍ତି, ଏମିତି ଆଉଟଫିଟ୍‌ ପିନ୍ଧି କେମିତି ଚାଲିବେ ବୋଲି ପ୍ରଶ୍ନ ପଚାରିଛନ୍ତି।

ସୂଚନାଯୋଗ୍ୟ, ଉର୍ଫି ସବୁବେଳେ ନିଜ ଆଉଟଫିଟ୍‌କୁ ନେଇ ଟ୍ରୋଲ ହୁଅନ୍ତି। କେତେକ ଆଉଟଫିଟକୁ ଫ୍ୟାନ୍ସ ପ୍ରଶଂସା କରୁଥିବା ବେଳେ ଆଉ କେତେକ ଟ୍ରୋଲ କରନ୍ତି। ଯାହାର ଭିଡିଓ ମଧ୍ୟ ଭାଇରଲ ହୋଇଥାଏ।  ଗତକିଛିଦିନ ତଳେ ଉର୍ଫିଙ୍କର ଜ୍ୱର ହୋଇଥିଲା। ଆଉ ସେ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତ୍ତି ହୋଇଥିଲେ।

 

View this post on Instagram

 

A post shared by Uorfi (@urf7i)

ଉର୍ଫିଙ୍କୁ କେହି ଜଣେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଉର୍ଫି ଏ ନେଇ ନିଜେ ସୂଚନା ଦେଇଥିଲେ। ନିଜ ଇନଷ୍ଟା ଷ୍ଟୋରୀରେ ଜଡିତ ତଥ୍ୟ ଫ୍ୟାନ୍ସମାନଙ୍କ ସହିତ ସେୟାର କରିଛନ୍ତି। ଉର୍ଫି ନିଜର ହ୍ଵାଟସଆପ୍‌ ଚାଟ୍‌ ମଧ୍ୟ ସେୟାର କରିଥିଲେ। ଏହି ଚାଟ୍‌ର ସ୍କ୍ରିନସର୍ଟ ଭାଇରଲ ହେବାରେ ଲାଗିଥିଲା। ଉର୍ଫି ଆହୁରି କହିଥିଲେ, କେହି ଜଣେ ତାଙ୍କୁ ଅଧ ରାତିରେ ଭିଡିଓ କଲ୍‌ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ତା’ ଛଡ଼ା ବ୍ୟକ୍ତି ଜଣକ ତାଙ୍କୁ ଗ୍ୟାଙ୍ଗ୍‌ଷ୍ଟାର ଟିଲ୍ଲ ତାଜପୁରିଆ ଗ୍ୟାଙ୍ଗ୍‌ର ଶାର୍ପ ଶୁଟର ଗିରଫ ହେବାର ୟୁଟ୍ୟୁବ୍‌ ଭିଡିଓ ପଠାଇଥିଲେ ବୋଲି ଉର୍ଫି ଫ୍ୟାନମାନଙ୍କୁ ଜଣାଇଥିଲେ। ଏଥି ପୂର୍ବରୁ ଉର୍ଫି କହିଥିଲେ ଯେ କେହି ଜଣେ ତାଙ୍କୁ ବ୍ଲାକ୍‌ମେଲ କରିବାକୁ ଚେଷ୍ଟା କରୁଥିଲା। ସେ ସେହି ବ୍ୟକ୍ତିଙ୍କ ଉପରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଥିଲେ।

ALso Read : ରିଲିଜ ହେଲା ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ଗୀତ ମାନିକେ ମାଗେ ହିତେ, ଅପସରା ହୋଇ ସିଦ୍ଧାର୍ଥଙ୍କୁ କିମିଆଁ କଲେ ନୋରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.