ଉର୍ଫି ଜାଭେଦ ଏବେ ସୋସିଆଲ ମିଡିଆରେ ସେନ୍ସେସନ୍ରେ ଅଛନ୍ତି। ଉର୍ଫି ନିଜ ଅଦ୍ଭୁତ ଡ୍ରେସିଂ ସେନ୍ସ ଯୋଗୁ ପ୍ରାୟତଃ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ସେ ବୋଲ୍ଡ ଓ ରିଭିଲିଂ ଡ୍ରେସ୍ ପିନ୍ଧି ଲୋକଙ୍କ ଧ୍ୟାନ ଆକର୍ଷିତ କରି ଚର୍ଚ୍ଚାରେ ରହିଥାନ୍ତି। ଏହି ପୋଷାକ ଯୋଗୁ ଲୋକମାନେ ତାଙ୍କୁ ସବୁବେଳେ ଟ୍ରୋଲ କରିଥାନ୍ତି। ତେବେ ବର୍ତ୍ତମାନ ପୁଣିଥରେ ଏହି ଡ୍ରେସିଂ ଅନ୍ଦାଜ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି।
ନିକଟରେ ଉର୍ଫି ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ନ୍ୟୁଡ୍ ଫଟୋ ସେୟାର କରିଛନ୍ତି। କିନ୍ତୁ ଫଟୋରେ ସେ ନିଜ ସମ୍ବେଦନଶୀଳ ଅଙ୍ଗକୁ ଢାଙ୍କିବାକୁ ମିଠାରେ ବ୍ୟବହୃତ ହେଉଥିବା ସିଲଭର ପେପର ଲଗାଇଛନ୍ତି। ଉର୍ଫିଙ୍କର ବୋଲ୍ଡ ଓ ରିଭିଲିଂ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି କେବେ ଯାହା ଚିନ୍ତା କରିନଥିବେ ଉର୍ଫି ତା’ କରି ଦେଖାଇଛନ୍ତି। ସୋସିଆଲ ମିଡିଆରେ ଏବେ ଉର୍ଫିଙ୍କ ଫଟୋ ଭାଇରାଲ ହେଉଛି।
View this post on Instagram
ଫଟୋରେ ଉର୍ଫି ସିଜଲିଂ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଉର୍ଫି ସବୁବେଳେ ନିଜ ଫ୍ୟାସନ ସହ ଏକ୍ସପେରିମେଣ୍ଟ କରିଥାନ୍ତି। ଏହି ଅନ୍ଦାଜ ଯୋଗୁ ସବୁବେଳେ ଲାଇମ୍ ଲାଇଟ୍ରେ ରହିଥାନ୍ତି ଏହି ଅଭିନେତ୍ରୀ। ତେବେ କିଛି ଲୋକ ଉର୍ଫିଙ୍କର ଏହି ଲୁକ୍ ଦେଖି ବିରକ୍ତ ବି ହୋଇଥାନ୍ତି। କିନ୍ତୁ କାହାର କୌଣସି କମେଣ୍ଟ ଉର୍ଫିକୁ ପ୍ରଭାବିତ କରିନାହିଁ କି ସେ ନିଜକୁ ବଦଳାଇବାକୁ କେବେ ଚେଷ୍ଟା କରି ନାହାନ୍ତି।
ପୂର୍ବରୁ ଉର୍ଫି ଚୁଟିରେ ଜହ୍ନ ତାରା ଲଗାଉଥିବା ଫଟୋ ଅନେକ ଉଠାଇଛନ୍ତି। କିନ୍ତୁ ଏବେ ପ୍ରଥମ ଥର ପାଇଁ ଦେହରେ ସିଲଭର ପେପର ବୋଳି ସାମ୍ନାକୁ ଆସିଛନ୍ତି। ଇତି ମଧ୍ୟରେ ଉର୍ଫିଙ୍କର ଏହି ଫଟୋକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି।
Also Read: ୧୦୦ କୋଟି କ୍ଲବ୍ରେ ଅମୀର ଖାନ୍ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’, ଭାରତରେ ନୁହେଁ ବିଦେଶରେ ହେଲା ସୁପରହିଟ୍