ଦୁବାଇରେ ଉର୍ଫି ଜାଭେଦଙ୍କ ପ୍ରବେଶ ଉପରେ ଲାଗିଲା ବ୍ୟାନ, ଏଥର ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ନିଜ ନାଁ ପାଇଁ ଫସିଲେ ଅଭିନେତ୍ରୀ

ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ସବୁ ଦିନ ନିଜ ଆଉଟ୍‌ଫିଟ୍‌ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ରିଭଲିଙ୍ଗ୍ ଡ୍ରେସ୍ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ବରଂ ଅନ୍ୟ କିଛି, ଯେଉଁଥିପାଇଁ ଦୁବାଇରେ ତାଙ୍କର ଏଣ୍ଟ୍ରି ବ୍ୟାନ୍ ହୋଇଛି।

ନିକଟରେ ଆରବ ଦେଶ ଏକ ନୂତନ ନିୟମ ଆଣିଛି। ଯେଉଁଥିରେ ସିଙ୍ଗଲ ନାମ ଥିବା ଭାରତୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉର୍ଫି ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ଲେଖିଛନ୍ତି, ‘ମୋର ଅଫିସିଆଲ୍ ନାମ ହେଉଛି UORFI’। କିଛି ଦିନ ପୂର୍ବରୁ ଉର୍ଫି ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ସହିତ, ଉର୍ଫି ତାଙ୍କ ନାମର ଇଂରାଜୀ ଅକ୍ଷରରେ ‘O’ ଯୋଡିଥିଲେ।ସେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରିଥିଲେ। ତାଙ୍କ ପାସପୋର୍ଟରେ ବର୍ତ୍ତମାନ ତାଙ୍କର ନୂଆ ନାମ ଅଛି। ଏଥି ସହିତ ତାଙ୍କ ନାମରୁ ଜାଭେଦ ମଧ୍ୟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ପରିବର୍ତ୍ତନ ତାଙ୍କୁ ମହଙ୍ଗା ପଡିଛି।

urfi

ଉର୍ଫି ଜାଭେଦ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ସେୟାର କରିଛନ୍ତି, ଏହା ମାଧ୍ୟମରେ ସେ କହିଛନ୍ତି ଯେ ସେ ୟୁଏଇ ଯଥା ଆରବ ଦେଶରେ ଭ୍ରମଣ କରିପାରିବେ ନାହିଁ। ତାଙ୍କ ଇନଷ୍ଟାଗ୍ରାମର ଷ୍ଟୋରୀ ସେକ୍ସନରେ ସେ ଲେଖିଛନ୍ତି, ‘ତେଣୁ ମୋର ଅଫିସିଆଲ ନାମ ବର୍ତ୍ତମାନ କେବଳ UORFI, କୌଣସି ସରନେମ ନାହିଁ।’ ଏହା ସହିତ ସେ ନୂତନ ଆଇନର ଖବର ସହ ଜଡିତ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ନଭେମ୍ବର ୨୧ ରେ ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ ଘୋଷଣା କରିଛି ଯେଉଁ ଭାରତୀୟଙ୍କ ପାସପୋର୍ଟରେ ସିଙ୍ଗଲ୍ ନାମ ରହିଛି ସେମାନଙ୍କୁ ୟୁଏଇ ଇମିଗ୍ରେସନ ବିଭାଗ ଆଗକୁ ଯିବାକୁ ଅନୁମତି ଦେବ ନାହିଁ। ୟୁଏଇ ସେହି ଭାରତୀୟମାନଙ୍କ ମଧ୍ୟରେ ଏହି ନୂତନ ନିୟମ ପ୍ରଣୟନ କରିଛି ଯେଉଁମାନେ ଭିଜିଟିଂ ଭିସା, ଭିସା ଅନ୍ ଆରାଇଭାଲ୍ କିମ୍ବା ଅସ୍ଥାୟୀ ଭିସା ନେଇ ଦେଶରେ ପ୍ରବେଶ କରନ୍ତି। ଅର୍ଥାତ୍ ଏହି ନିୟମ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ କିଛି ଦିନ ପାଇଁ ଆରବ ଦେଶକୁ ବୁଲିବାକୁ ଯାଆନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.