ଆସିଲା ବଲିଉଡ୍ ଫିଲ୍ମ ‘ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ଟ୍ରେଲର

କାଶ୍ମୀର(କେନ୍ୟୁଜ୍) : ପାକ୍ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ସିଲଭର ସ୍କ୍ରିନରେ ଏହାକୁ ଦେଖିବେ ଦର୍ଶକ । ଆସିଲା ବଲିଉଡ୍ ଫିଲ୍ମ ‘ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ଟ୍ରେଲର । ଯେଉଁଥିରେ ସେନା ପୋଷାକରେ ନଜର ଆସିଛନ୍ତି ଅଭିନେତା ଭିକି କୌଶଲ୍ ।
୧୮ ସେପ୍ଟେମ୍ବର ୨୦୧୬ରେ ଜମ୍ମୁ କାଶ୍ମୀର ଉରି ବେସ୍ କ୍ୟାମ୍ପରେ ଆତଙ୍କବାଦୀମାନେ ବଡ଼ ଧରଣର ହମ୍ଲା କରିଥିଲେ । ସହିଦ ହୋଇଥିଲେ ୧୯ ଜଣ ଭାରତୀୟ ସେନା ଅଧିକାରୀ ଓ କର୍ମଚାରୀ । ଏହାପରେ ଆତଙ୍କୀଙ୍କୁ ଗୁଳିରେ ଜବାବ ଦେଇଥିଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀରରେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ ।
ଭାରତୀୟ କମାଣ୍ଡୋ ଧ୍ୱଂସ କରିଥିଲେ ଆତଙ୍କୀ ଆଡ୍ଡା । ସତ୍ୟ ଆଧାରିତ ସମସ୍ତ ଘଟଣାବଳୀକୁ ସିଲଭର ସ୍କ୍ରିନ୍ରେ ଉତାରିବାକୁ ଚେଷ୍ଟ କରିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର । ମେଲ୍ ଲିଡ୍ରେ ଭିକି କୌଶାଲ ଥିବା ବେଳେ ଫିମେଲ୍ ଲିଡ୍ରେ ଅଭିନୟ କରିଛନ୍ତି ୟାମି ଗୌତମ । ଦୀର୍ଘ ବର୍ଷ ପରେ ସିଲଭର ସ୍କ୍ରିନ୍କୁ ବ୍ୟାକ କରିଛନ୍ତି ପରେଶ ରାୱଲ। ଆସନ୍ତାବର୍ଷ ଜାନୁଆରୀ ୧୧ ତାରିଖରେ ବକ୍ସ ଅଫିସରେ ବାଜିମାତ କରିବ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ।
ଦେଖନ୍ତୁ ଟ୍ରେଲର :