୧୨ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି ଉର୍ମିଲା ମାତୋଣ୍ଡକର, ନିଜେ କଲେ ଖୁଲାସା

ଖୁବ୍‌ଶୀଘ୍ର ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ଅଭିନେତ୍ରୀ କମ୍‌ ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ। ୨୦୧୯ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ଏହା ପରଠାରୁ ସେ ଆଉ ଫିଲ୍ମକୁ ଫେରିବେନି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ପୁଣିଥରେ ଫିଲ୍ମଜଗତକୁ ଫେରିବେ ବୋଲି ନିଜେ ସୂଚନା ଦେଇଛନ୍ତି।

ଉର୍ମିଲା ମାତୋଣ୍ଡକର କହିଛନ୍ତି, ସେ ଖୁବ୍‌ଶୀଘ୍ର ନୂଆ ଫିଲ୍ମ ନେଇ ଆସୁଛନ୍ତି। ସେ ବଡ଼ ପରଦାରେ ହିଁ ରି-ଏଣ୍ଟ୍ରି କରିବେ। ଏକ ଇଣ୍ଟରଭ୍ୟୁରେ ଉର୍ମିଳା କହିଥିଲେ ଯେ ସେ ୱେବ୍‌ ସିରିଜ୍‌ରେ ଅଭିନୟ କରିବାର ଥିଲା। ଉକ୍ତ ସିରିଜ୍‌ ଏପ୍ରିଲରେ ରିଲିଜ୍‌ ହୋଇଥାଆନ୍ତା। ମାତ୍ର କରୋନା ଯୋଗୁ ତାହାର ସୁଟିଂ ଘୁଞ୍ଚିଯାଇଥିଲା। ଲକ୍‌ଡାଉନ୍‌ ବେଳେ ତାହା ସୁଟିଂ କରିବା ଅସମ୍ଭବ ଥିଲା, ଏଣୁ ଏପ୍ରିଲରେ ୱେବ୍ ସିରିଜ୍‌ର ରିଲିଜ୍‌ ସମ୍ଭବପର ନୁହେଁ।

ସୂଚନାଯୋଗ୍ୟ ଯେ ଉର୍ମିଲା ମାତୋଣ୍ଡକର ୯୦ ଦଶକରେ ପ୍ରାୟ ସବୁ ବଡ଼ ବଡ଼ ନିର୍ମାତା-ନିର୍ଦ୍ଦେଶକ ଓ ଆକ୍ଟରଙ୍କ ସହ କାମ କରିସାରିଛନ୍ତି। କିନ୍ତୁ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ରଙ୍ଗିଲା’ ତାଙ୍କ ପାଇଁ ମାଇଲ ଷ୍ଟୋନ୍‌ ସାବ୍ୟସ୍ତ କରିଥିଲା। ସେହି ଫିଲ୍ମ ଯୋଗୁ ଆଜି ବି ଲୋକମାନେ ଉର୍ମିଳାଙ୍କୁ ମନେ ରଖିଛନ୍ତି। ଉର୍ମିଲା ୧୯୮୦ ମସିହାରେ ଶ୍ରୀରାମ ଲାଗୁଙ୍କ ମରାଠୀ ଫିଲ୍ମ ଜାକୋଲରେ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା।

Leave A Reply

Your email address will not be published.