କଂଗ୍ରେସର ହାତ ଧରିଲେ ଛମାଛମା ଗର୍ଲ ଉର୍ମିଲା

ମୁମ୍ବାଇ : ଅଭିନୟ ପରେ ରାଜନୀତିରେ ଧମାଲ ମଚାଇବାକୁ ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ସ୍ବାଗତ କରିବା ସହ ସଦସ୍ୟତା ଗ୍ରହଣ କରାଇଛନ୍ତି। ଉର୍ମିଲା ମୁମ୍ବାଇ ନର୍ଥ ସିଟରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି।

urmila-matondkar

ଖବର ମୁତାବକ, କଂଗ୍ରେସର ଉତ୍ତର ମୁମ୍ବାଇରେ କୌଣସି ପ୍ରାର୍ଥୀ ରହିନାହାନ୍ତି। ଏଣୁ ପାର୍ଟି ଏହି ସିଟରେ ଏପରି ଜଣେ ପାର୍ଥୀକୁ ଠିଆ କରିବାକୁ ଚାହଁଛି ଯିଏ ବିଜେପିକୁ କଡା ଟକ୍କର ଦେଇପାରିବ। ଏହି ସିଟ ପାଇଁ ପୂର୍ବରୁ ମରାଠୀ କଳାକାର ଆସାବରୀ ଜୋସୀ ଏବଂ ଟେଲିଭିଜନ କଳାକାର ଶିଳ୍ପା ସିନ୍ଦେଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା।

Leave A Reply

Your email address will not be published.