• Likes
  • Followers
  • Followers
  • Subscribers
  • Subscribe
  • Monday, September 7, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ମନୋରଂଜନ
  • ଉର୍ମିଳା ମାତେଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ସାଇବର ସେଲ୍‌ରେ ମାମଲା ରୁଜୁ କଲେ ଅଭିନେତ୍ରୀ

ଉର୍ମିଳା ମାତେଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ସାଇବର ସେଲ୍‌ରେ ମାମଲା ରୁଜୁ କଲେ ଅଭିନେତ୍ରୀ

By Jyotirmayee Last updated Dec 17, 2020
urmila matondkar

ବଲିଉଡ୍‌ରେ ଦୀର୍ଘ ଦିନ ଧରି ରାଜ୍‌ କରିବା ପରେ ଏବେ ରାଜନୀତିରେ ପାଦ ଥାପିଛନ୍ତି ଉର୍ମିଳା ମାତେଣ୍ଡକର। କିନ୍ତୁ ଘରେ ନ ପଶୁଣୁ ଚାଳ ବାଜିବା ଭଳି ଉର୍ମିଳାଙ୍କ ପାଇଁ ଏହି ପଥ କଠିନ ହେବାରେ ଲାଗିଛି। ବୁଧବାର ଉର୍ମିଳା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। କେହି ଜାଣିଶୁଣି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ କରିଛି ବୋଲି କହିଛନ୍ତି ଉର୍ମିଳା। ଏନେଇ ସେ ମହାରାଷ୍ଟ୍ର ପୋଲିସର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

urmila matondkar

ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହୋଇଥିବା ନେଇ ଉର୍ମିଳା ଟ୍ଵିଟରରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉର୍ମିଳା ଟ୍ଵିଟ୍‌ କରି ଲେଖିଛନ୍ତି ‘ମୋ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ପ୍ରଥମେ ମୋତେ ଡାଇରେକ୍ଟ ମେସେଜ୍‌ ଆସିଥିଲା, ତା’ପରେ ଆକାଉଣ୍ଟକୁ ଭେରିଫାଏ କରିବା ପାଇଁ କେତେକ ଷ୍ଟେପ୍‌ ଫଲୋ କରିବାକୁ କୁହାଯାଇଥିଲା। ମୁଁ ଏସବୁ କରିବା ପରେ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି।’

My Instagram account has been hacked 🤦‍♀️🤷‍♀️@instagram
First they DM you n ask to follow a few steps n verify the account n it then it gets hacked..really..!!???#notdone 👎🏻👎🏻

— Urmila Matondkar (@UrmilaMatondkar) December 16, 2020

ଏହା ପରେ ଆଉ ଏକ ଟ୍ଵିଟ୍‌ରେ ୪୬ ବର୍ଷୀୟା ଅଭିନେତ୍ରୀ ଲେଖିଛନ୍ତି, ‘ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ମୁଁ ସାଇବର ସେଲ୍‌ରେ ମାମଲା ରୁଜୁ କରିଛି। ଏଥିସହ ସେ କହିଛନ୍ତି ମହିଳାମାନେ ସାଇବର ଅପରାଧକୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଏହା ଦ୍ୱାରା ଆମ ତଥ୍ୟ ବାହାରେ ଲିକ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

“Cyber crimes” is not something that women should take lightly..as I went to file FIR on my @instagram ac hacking met this dynamic DCP #cybercrime @MumbaiPolice Smt. Rashmi Karandikar who enlightened me lot more on the issue. Will surely be working on it in future. @MahaCyber1 pic.twitter.com/0cSKaoeONX

— Urmila Matondkar (@UrmilaMatondkar) December 16, 2020

ପ୍ରକାଶ ଯେ ଉର୍ମିଳା ମାତେଣ୍ଡକର ମଙ୍ଗଳବାର ଶିବସେନାର ଅଧ୍ୟକ୍ଷ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ। ଉଦ୍ଧବ ଠାକ୍‌ରେଙ୍କ ବାସଭବନରେ ପହଞ୍ଚି ସେ ଶିବସେନାର ସଦସ୍ୟତା ନେଇଥିଲେ।

Mumbai: Actor turned politician Urmila Matondkar joins Shiv Sena, in the presence of party president Uddhav Thackeray pic.twitter.com/wMnZJatzHr

— ANI (@ANI) December 1, 2020


ଏ ଅବସରରେ ଉଦ୍ଧବ ଠାକ୍‌ରେଙ୍କ ସମେତ ତାଙ୍କ ପତ୍ନୀ ରଶ୍ମି ଠାକ୍‌ରେ, ସାଂସଦ ଅନୀଲ ଦେଶାଇ, ମେୟର କିଶୋରୀ ପେଡନେକର, ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

urmila matondkarurmila matondkars instagram account hacked
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Today Horoscope: ୧୨ ରାଶି ପାଇଁ କେମିତି ରହିବ ଦିନ? ଜାଣନ୍ତୁ…

    Sep 7, 2026 0
  • Drug Free : ୨୦୨୯ ସୁଦ୍ଧା ନିଶାମୁକ୍ତ ହେବ ଭାରତ : କେନ୍ଦ୍ର…

    Sep 6, 2026 0
  • BJP : ଆଗାମୀ ପଞ୍ଚାୟତ ଓ NAC ନିର୍ବାଚନରେ BJP ବିଜୟୀ ହେବ,…

    Sep 6, 2026 0
  • Bolero Accident : ନିୟନ୍ତ୍ରଣ ହରାଇ ଘର ଭିତରେ ପଶିଲା ବୋଲେରୋ,…

    Sep 6, 2026 0
  • Paul Kurian Retirement: ୩୦ ବର୍ଷର ସାଥୀକୁ ଶେଷ ବିଦାୟ,…

    Sep 6, 2026 0
  • Rosalin Missing: ୧୩ ବର୍ଷର ପ୍ରେମ ସଂସାରରେ ହଠାତ୍ ନିଖୋଜ…

    Sep 6, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ