କଙ୍ଗନାଙ୍କୁ ଟାର୍ଗେଟ କଲେ ଉର୍ମିଲା, କହିଲେ ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ପ୍ରଥମେ ନିଜ ରାଜ୍ୟରୁ ହିଁ ଆରମ୍ଭ କରନ୍ତୁ

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରୁ ଆରମ୍ଭ ହୋଇଥିବା ବିବାଦ ଯେମିତି ଥମିବାର ନାଁ ନେଉନି । ଆଉ ଏହି ମାମଲାରେ ସବୁଠୁ ଅଧିକ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ । କଙ୍ଗନା ମୁମ୍ବାଇର ତୁଳନା ପିଓକେ ସହ କରିବା ପରେ ଏହି ଘଟଣା ଅଧିକ ତୀବ୍ର ହେବାରେ ଲାଗିଛି । ଏମିତିକି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଡ୍ରଗ୍ସ ଲିଙ୍କକୁ ନେଇ ଅନେକ ବଲିଉଡ ଷ୍ଟାରଙ୍କ ନାଁ ବି ସାମ୍ନାକୁ ଆସିବାରେ ଲାଗିଛି । ସ୍ଥିତି ଏପରି ଯେ, ଏହି ମାମଲା ସଂସଦ ପର୍ଯ୍ୟନ୍ତ ବି ପହଞ୍ଚି ଗଲାଣି । ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ପ୍ରଥମେ ରବି କିଷାନ ଓ ପରେ ଜୟା ବଚ୍ଚନଙ୍କ ବର୍ଷଣ ପରେ ଏହି ମାମଲା ତୀବ୍ରତର ହେଉଥିବା ଅନୁମାନ କରାଯାଉଛି । ଆଉ ଏବେ ମୁହଁ ଖୋଲିଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକାର ।

ସିଧାସଳଖ କଙ୍ଗନାକୁ ଟାର୍ଗେଟ କରି କହିଛନ୍ତିକି, ସେ ଯଥାଶୀଘ୍ର ନିଜ ଚାଲ ଖେଳିବା ବନ୍ଦ କରିଦିଅନ୍ତୁ ନଚେତ ପରିସ୍ଥିତି ଆଗକୁ ଜଟିଳ ହୋଇ ଯାଇପାରେ । ରଂଗୀଲା ଗାର୍ଲଙ୍କ ଅନୁଯାୟୀ, ବିନା କୌଣସି କାରଣରେ ହିଁ କଙ୍ଗନା ଭିକ୍ଟିମ କାର୍ଡ ତ କେବେ ବୋମେନ କାର୍ଡ ଖେଳୁଛନ୍ତି । ଉର୍ମିଲା ଆହୁରି ମଧ୍ୟ କହିଛନ୍ତିକି, ଯଦି ଡ୍ରଗ୍ସ ମାମଲାର ସମାଧାନ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଜନ୍ମସ୍ଥାନ ହିମାଚଳ ପ୍ରଦେଶରୁ ଏହାର ଆରମ୍ଭ କରିଦିଅନ୍ତୁ । ଯଦି ପୁରା ଦେଶ ଡ୍ରଗ୍ସ କବଳିତ ହୋଇଥାଏ ତେବେ ଏହା ପଛରେ ବି ହିମାଚଳ ପ୍ରଦେଶ ହିଁ ରହିଛି । କାରଣ ଡ୍ରଗ୍ସର ଉତ୍ପତ୍ତି ସ୍ଥଳ ହିଁ ହିମାଚଳ ପ୍ରଦେଶ ।

ଆହୁରି ମଧ୍ୟ ଉର୍ମିଳା କହିଛନ୍ତିକି ଜନସାଧାରଣଙ୍କ ଟ୍ୟାକ୍ସ ଟଙ୍କାରେ କାହିଁକି କଙ୍ଗନାକୁ Y ପ୍ଲସ ସିକ୍ୟୁରିଟି ଦିଆଯାଉଛି । ଯେବେକି ସେ ଏଯାବତ ଡ୍ରଗ୍ସ ଲିଙ୍କର ଖୁଲାସା କରିନାହାନ୍ତି । ଅନ୍ୟପକ୍ଷରେ କଙ୍ଗନାଙ୍କ ପିଓକେ ବୟାନ ଉପରେ ସେ କହିଛନ୍ତିକି, ମୁମ୍ବାଇ ସମସ୍ତଙ୍କର । ଯିଏ ଏହାକୁ ଯେତେ ଭଲ ପାଇବ ସେହି ଅନୁପାତରେ ହିଁ ଏହି ସହର ତାକୁ ପ୍ରତି ବଦଳରେ ସେଇୟା ହିଁ ଦେଇଥାଏ । ସହରର ଜଣେ ଝିଅ ହିସାବରେ ମୁଁ ଏପରି ଏକ ଆପତ୍ତି ଜଣଙ୍କ ମନ୍ତବ୍ୟକୁ ବିରୋଧ କରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.