କରୋନା କବ୍‌ଜାରେ ଉର୍ମିଳା ମାତୋଣ୍ଡକର, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ପ୍ରତିଦିନ କୋଭିଡ୍‌ର ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଅଭିନେତ୍ରୀ ନିଜେ ଏ ବାବଦରେ ସୂଚନା ଦେଇଛନ୍ତି। ଏବେ ସେ ଘରେ ହିଁ ନିଜକୁ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଟ୍ଵିଟ୍‌ କରି ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ଉର୍ମିଳା। ଏ ଅବସରରେ ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଟେଷ୍ଟ କରାଇବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

କରୋନା ସଂକ୍ରମିତ ହୋଇଥିବା ନେଇ ଉର୍ମିଲା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଏବେ ସୁସ୍ଥ ଅଛି ଓ ନିଜକୁ ଘରେ ହିଁ କ୍ୱାରେଣ୍ଟାଇନ୍‌ କରିଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ତୁରନ୍ତ ନିଜର ଟେଷ୍ଟ କରାଇ ନିଅନ୍ତୁ। ଏଥିସହ ଦୀପାବଳି ବେଳେ ସମସ୍ତେ ନିଜର ଯତ୍ନ ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏତିକି କାମନା କରୁଛି ବୋଲି ଟ୍ଵିଟ୍‌ କରିଛନ୍ତି ଉର୍ମିଳା ମାତୋଣ୍ଡକର।

ଏହା ପୂର୍ବରୁ ଟିଭି ଅଭିନେତ୍ରୀ ନିଶା ରାଓ୍ଵଲ ମଧ୍ୟ କରୋନା ପଜିଟିଭ୍‌ ହୋଇଥିବା ନେଇ ସୂଚନା ଦେଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ କୋଭିଡ୍‌ ଟେଷ୍ଟ କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ନିଶା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ସେୟାର କରି ଲେଖିଥିଲେ, ଗତ କିଛି ଦିନ ହେଲା ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜ ଟେଷ୍ଟ କରାଇ ନିଅନ୍ତୁ। ଏଥିସହ ସେ ଫ୍ୟାନ୍‌ଙ୍କୁ ଅନୁରୋଧ କରି କହିଥିଲେ ଯେ କରୋନା କବଳରୁ ମୁକ୍ତି ପାଇବାକୁ ସମସ୍ତେ ନିୟମ ମାନନ୍ତୁ। କାରଣ କରୋନା ଏବେ ବି ଆମ ମାନଙ୍କ ମଧ୍ୟରେ ରହିଛି। ଏଣୁ ଏଭଳି ସ୍ଥିତିରେ ନ ଡରି ସଚେତନ ରୁହନ୍ତୁ।

Leave A Reply

Your email address will not be published.