ଉର୍ମିଲା ମାତୋଣ୍ଡକରଙ୍କ ଠାରୁ ୧୦ ବର୍ଷ ସାନ ତାଙ୍କ ସ୍ବାମୀ,ବିବାହର ୨ ବର୍ଷ ପରେ ଦେଖନ୍ତୁ Wedding Album

ବଲିଉଡ଼ର ‘ରଙ୍ଗିଲା ଗାର୍ଲ’ ଉର୍ମିଲା ମାତୋଣ୍ଡକର ତାଙ୍କର ୪୫ବର୍ଷ ଜନ୍ମଦିନ ପାଳନ କରୁଛନ୍ତି। ଉର୍ମିଲା ତାଙ୍କର ଆକ୍ଟିଙ୍ଗ୍ କ୍ୟାରିୟରର ଆରମ୍ଭ ମରାଠି ଫିଲ୍ମ ଝାକୋଲା (୧୯୮୦)ରୁ କରିଥିଲେ। ‘କଳିଯୁଗ’ (୧୯୮୧) ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା।

ଏହାପରେ ଉର୍ମିଲାଙ୍କୁ ଫିଲ୍ମ ‘ମାସୁମ୍’ ରୁ ପରିଚୟ ମିଳିଥିଲା। ଏହି ଫିଲ୍ମରେ ତାଙ୍କର ଗୀତ ଲକଡ଼ି କି କାଠି, କାଠି ପେ ଘୋଡ଼ା , ଆଜି ମଧ୍ୟ ପପୁଲାର ହୋଇପାରିଛି। ଉର୍ମିଲା କେବଳ ହିନ୍ଦୀ ନୁହେଁ ମରାଠୀ,ତାମିଲ୍,ତେଲୁଗୁ,ଏବଂ ମାଲାୟାଲାମ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

urmilaଉର୍ମିଲା ଫିଲ୍ମ ‘ରଙ୍ଗିଲା’ ରୁ ଡେବ୍ୟୁ କରିଥିଲେ। ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ସହ ଉର୍ମିଲା ୯୦ଦର୍ଶକଙ୍କର ହିଟ୍ ହିରୋଇନ୍ ହୋଇଯାଇଥିଲେ। ‘ରଙ୍ଗିଲା’ ଫିଲ୍ମ ଉର୍ମିଲାଙ୍କ ଜାବନରେ ସବୁଠାରୁ ବଡ଼ ପିଲ୍ମ। ଡ଼ାଇରେକ୍ଟର ରାମଗୋପାଲଙ୍କ ଦ୍ବାରା ସେ ଲିଡ଼୍ କ୍ୟାରେକ୍ଟରେ କାମ କରିଥିଲେ।

ଏହି ଫିଲ୍ମୀ ରେ ଉର୍ମିଲାଙ୍କ ସହ ଅମିର୍ ଖାନ,ଜ୍ୟାକି ଶ୍ରଫ୍ ମୁଖ୍ୟ ଚରିତ୍ରରେ ଥିଲେ। ଫିଲ୍ମରେ ଉର୍ମିଲା ବହୁତ ବୋଲ୍ଡ଼ ସିନ୍ସ ଦେଇଥିଲେ। ଏହି ଫିଲ୍ମରୁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ପାଇଁ ଫିଲ୍ମ ଫେୟାର ଆୱାର୍ଡ଼ରେ ନୋମିନେଟ କରାଯାଇଥିଲା।

urmila marriageଉର୍ମିଲା ୨୦୧୬ରେ କାଶ୍ମୀର ବିଜିନେସମ୍ୟାନ୍ ଏବଂ ମୋହସିନ୍ ଅଖତର ମିରଙ୍କୁ ବିବାହ କରିଥିଲେ। ଉର୍ମିଲା ଗୋପନରେ ବିବାହ କରିଥିଲେ। ଖାସ କଥା ଏହା ଯେ ମୋହସିନ୍ ଉର୍ମିଲାଙ୍କ ଠାରୁ ୧୦ ବର୍ଷ ଛୋଟ।

ଏହି ଦିନ ଉର୍ମିଲା ନିଜର ବୖବାହିକ ଜୀବନକୁ ବେଶୀ ଧ୍ୟାନ ଦେଇଥିଲେ। ଏହା ପୂର୍ବରୁ ତାଙ୍କୁ ଟିଭି ପରଦାରେ ଏକ ରିୟଲିଟି ସୋ ରେ ଜଜ୍ ରୂପେ ଦେଖିବାକୁ ମିଳିଥିଲା। ବିବାହ ପୂର୍ବରୁ ଉର୍ମିଲା ଏବଂ ଡ଼ାଇରେକ୍ଟର ରାମଗୋପାଲ ବର୍ମାଙ୍କ ଅଫାୟାର ବହୁତ ଚର୍ଚ୍ଚାରେ ଥିଲା।

urmila_husbandଏହାମଧ୍ୟ କୁହାଯାଏ କି ରାମଗୋପାଲ ବର୍ମାଙ୍କର ଫିଲ୍ମ ପାଇଁ ଉର୍ମିଲା ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। ଦେଖିବାକୁ ଗଲେ ଉର୍ମିଲା ତାଙ୍କର ଫିଲ୍ମୀ କ୍ୟାରିୟରରେ ଅଧିକ ଫିଲ୍ମ ରାମଗୋପାଲ ବର୍ମାଙ୍କ ସହିତ କରିଛନ୍ତି।

ରାମଗୋପାଲ ବର୍ମାଙ୍କ କାରଣରୁ ବଲିଉଡ଼ର କିଛି ନିର୍ଦେଶକ ଉର୍ମିଲାଙ୍କୁ ଫିଲ୍ମରେ ନେବାପାଇଁ ମନାକରିଦେଥିଲେ। ଖବରମୁତାବକ କୌଣସି କାରଣରୁ ରାମୁ ତାଙ୍କ ଠାରୁ ଦୂରେଇ ଯିବା ପରେ ଉର୍ମିଲାଙ୍କୁ କିଛି ସାହାରା ମିଳିନଥିଲା। ଉର୍ମିଲାଙ୍କ ଫିଲ୍ମ କ୍ୟାରିୟର ବର୍ବାଦ ହେବା ସହ ସେ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.