ଉର୍ବଶୀ ରୌତେଲା ସେୟାର କଲେ ନୂଆ ଲୁକ୍‌, ଫ୍ୟାନ କଲେ ଅଭିନେତ୍ରୀ ମାର୍ଗୋଟ ରୋବିଙ୍କ ସହିତ ତୁଳନା

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସୁନ୍ଦରତା ଏବଂ ଟ୍ରେଣ୍ଡି ଫ୍ୟାଶନ ପାଇଁ ବେଶ ଲୋକପ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଅନେକ ଟ୍ରାଡିସନାଲ ଲୁକ୍‌ ଫଟୋ ସେୟାର କରିଛନ୍ତି। ଆଉ ଫଟୋକୁ ନେଇ ଏବେ ବେଶ ଚର୍ଚ୍ଚା। ଏହି ଫଟୋରେ ଉର୍ବଶୀ କୌଣସି ପ୍ରିନ୍ସେସଙ୍କ ଭଳି ଦେଖାଯାଉଥିଲେ। ପୁଣି ଥରେ ଆଉ ଏକ ଫଟୋ ସେୟାର କରି ଫ୍ୟାନଙ୍କୁ ଚକିତ କରିଦେଇଛନ୍ତି।

ଉର୍ବଶୀ ଗୋଟିଏ ଦିନରେ ଦୁଇଟି ଅଲଗା ଅଲଗା ଫଟୋ ସେୟାର କରିଛନ୍ତି। ଏଥିରେ ଉର୍ବଶୀ କୌଣସି କଣ୍ଢେଇ ଠାରୁ ମଧ୍ୟ କମ୍‌ ଦେଖାଯାଉନାହାନ୍ତି। ଉର୍ବଶୀ ଏହି ଫଟୋଶୁଟ୍‌ ଏକ ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ କରିଛନ୍ତି। ଟ୍ରାଡିସନାଲ ଲୁକ୍‌ ପରେ ଉର୍ବଶୀଙ୍କ ଏହି ନୂଆ ଲୁକ୍‌ ଫ୍ୟାନଙ୍କୁ ଚକିତ କରିଦେଇଛି।

ଉର୍ବଶୀ ଏହି ଲାଟେଷ୍ଟ ଫଟୋରେ ନୀଳ ରଙ୍ଗର କ୍ରପ ଟପ ସହିତ ସ୍କଟ ପିନ୍ଧିଛନ୍ତି। ଏହି ଲୁକ୍‌କୁ ଦେଖି ଫ୍ୟାନ୍ସ କମେଣ୍ଟ କରି ଉର୍ବଶୀଙ୍କ ପ୍ରଶଂସା କରୁଛନ୍ତି। ସୂଚନାଯୋଗ୍ୟ, ଉର୍ବଶୀ ଏକ ବଡବଜେଟ ଫିଲ୍ମ ସହିତ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଏବଂ ଆଇଆଇଟିଆନ ଭୂମିକାରେ ନଜର ଆସିବେ। ଏହା ପରେ ମଧ୍ୟ ସେ ଏକ ଥ୍ରୀଲର ଫିଲ୍ମ ‘ବ୍ଲାକ ରୋଜ’ ସହିତ ଥିରୁତୁ ପାୟଲୋ ୨ର ହିନ୍ଦୀ ରିମେକରେ ନଜର ଆସିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.