photo : patrika.com
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ ଭାରତୀୟ କ୍ରିକେଟର ରୁଷଭ ପନ୍ଥ ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହିଛନ୍ତି । ଉର୍ବଶୀ ମଝିରେ ମଝିରେ ପନ୍ଥଙ୍କ ନାମ ନନେଇ ତାଙ୍କ ଉପରେ ତୀର ଛାଡି ଦେଇଥାନ୍ତି । କିଛି ମାସ ତଳେ ପନ୍ଥଙ୍କ ନାମ ନନେଇ ସୋସିଆଲ ମିଡିଆରେ ଉର୍ବଶୀ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ରୁଷଭ ଓ ରୌତେଲାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ଲାଗିଥିଲା ।
ଏପରିକି ରୁଷଭ ‘ମେରେ ବେହେନ ମେରା ପିଛା ଛୋଡ ଦେ’ ବୋଲି ମଧ୍ୟ କହିଥିଲେ । ଏହାଛଡ଼ା ଉର୍ବଶୀ ଏସିଆ କପ୍ ମ୍ୟାଚ ଦେଖିବା ପାଇଁ ଦୁବାଇରେ ବି ପହଞ୍ଚିଥିଲେ । ଏମିତି କି ଏକ ହୋଟେଲରେ ରୁଷଭଙ୍କ ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ ବୋଲି କହିଥିଲେ । ଏବେ ଉର୍ବଶୀ ଟି ୨୦ ଓ୍ଵାର୍ଲ୍ଡ କପ୍ ପୂର୍ବରୁ ଭାରତୀୟ ଟିମକୁ ପିଛା କରି ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛନ୍ତି ।
ଉର୍ବଶୀ ଇନଷ୍ଟାଗ୍ରାମରେ ରବିବାର ଦୁଇଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ଲାଇଟରେ ବସିଥିବାର ଦେଖାଯାଇଛନ୍ତି । ଉର୍ବଶୀ ଏଥିରେ କହିଛନ୍ତି, ସେ ଅଷ୍ଟ୍ରେଲିଆ ଯାଉଛନ୍ତି । ଉର୍ବଶୀ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ‘ ମୈନେ ଅପନେ ଦିଲ କୋ ଫଲୋ କିୟା ଓର ୟେ ମୁଝେ ଅଷ୍ଟ୍ରେଲିଆ ଲେ ଆୟା ’ ।
ଉର୍ବଶୀ ରୌତେଲା ଅଷ୍ଟ୍ରେଲିଆ ଯିବା ନେଇ ୟୁଜର୍ସ ତାଙ୍କୁ ରୁଷଭ ପନ୍ଥଙ୍କ ସହ ଯୋଡୁଛନ୍ତି । ପୂର୍ବରୁ ରୁଷଭଙ୍କ ଜନ୍ମ ଦିନରେ ଉର୍ବଶୀ ଏକ ଫଟୋ ସେୟାର କରି ଫ୍ଲାଇଙ୍ଗ କିସ ଦେଇଥିଲେ । ଯାହାକୁ ନେଇ ବହୁତ କିଛି ଶୁଣିବାକୁ ମିଳିଥିଲା ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…