ବଢିଗଲାଣି ଉର୍ବଶୀଙ୍କ ଭାଉ, ଦୁବାଇରେ ନୂଆବର୍ଷ ପାର୍ଟିରେ ୧୫ ମିନିଟ୍ ପାଇଁ ଚାର୍ଜ କଲେ ୪ କୋଟି ଟଙ୍କା

‘ଆଶିକ ବନାୟା’ ଅଭିନେତ୍ରୀଙ୍କ ଭାଉ ବଢିଗଲାଣି। ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଉର୍ବଶୀ ଏବେ ହାଇଚାର୍ଜ ରେଟ  ଡିମାଣ୍ଡ କରୁଛନ୍ତି। ନିକଟରେ ଏକ ନୂଆବର୍ଷ ଉତ୍ସବରେ ଯୋଗ ଦେବା ଅବସରରେ ୪ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ସେ ପୁଣି ମାତ୍ର ୧୫ ମିନିଟ୍ ପାଇଁ। ଦୁବାଇରେ ନୂଆବର୍ଷ ପାର୍ଟିରେ ମାତ୍ର ୧୫ ମିନିଟ୍ ପାଇଁ ୪ କୋଟି ଚାର୍ଜ କରିଛନ୍ତି ଉର୍ବଶୀ।

ସବୁଠାରୁ ବଡ଼ କଥା ହେଉଛି, ବଲିଉଡ୍ କଳାକାରମାନେ ଏଭଳି ଉତ୍ସବରେ ଯୋଗ ଦେବା ପାଇଁ ୨୫ରୁ ୫୦ ଲକ୍ଷ ଟଙ୍କା ନେଉଥିବା ବେଳେ ଉର୍ବଶୀ ଶୋ’ ପିଛା ନେଉଥିବା ଟଙ୍କା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୧୩ ମସିହାରେ ହିନ୍ଦୀ ସିନେ ଜଗତକୁ ପ୍ରବେଶ କରିଥିବା ଉର୍ବଶୀ ‘ସାହାବ୍ ଦି ଗ୍ରେଟ୍ ସନି ଦେଓଲ୍’ ଫିଲ୍ମରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ପରେ ଜନି, ସନମ୍ ରେ, ଗ୍ରେଟ୍ ଗ୍ରାଣ୍ଡ ମସ୍ତି, କାବିଲ୍, ହେଟ୍ ଷ୍ଟୋରି-୪ ଭଳି ଫିଲ୍ମରେ ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.