ହସପିଟାଲରେ ଭର୍ତ୍ତି ହେଲେ ଉର୍ବଶୀ ରୌତେଲା, ଫିଲ୍ମ ସୁଟିଂ ବେଳେ ହେଲେ ଆହତ

ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ସାମ୍ନାକୁ ଖବର । ତେବେ ବର୍ତ୍ତମାନ ଖବର ରହିଛି ଯେ ଉର୍ବଶୀ ତାଙ୍କ ଅପ୍କମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଛି । ଯାହାଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଛି । ଏନେଇ ତାଙ୍କ ଟିମ୍ ଏହି ଖବର ସେୟାର କରିଛନ୍ତି ।
ସୂଚନା ଅନୁଯାୟୀ, ଉର୍ବଶୀ ହାଇଦ୍ରାବାଦରେ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଅପ୍କମିଂ ତେଲୁଗୁ ଫିଲ୍ମ NBK ୧୦୯ ରେ କାମ କରୁଛନ୍ତି । ଏହି ଫିଲ୍ମର ଆକ୍ସନ୍ ସିନ୍ର ସୁଟିଂ କରିବା ବେଳେ ଉର୍ବଶୀ ଆହତ ହୋଇଛନ୍ତି । ଏହା ସହ ଉର୍ବଶୀଙ୍କ ଟିମ୍ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଇବା ସହ ଏହି ଖବରକୁ ସେୟାର କରିଛନ୍ତି । ତାଙ୍କ ଟିମ୍ ଏପରି ମଧ୍ୟ କହିଛି ଯେ ତାଙ୍କୁ ଭୟଙ୍କର ଫ୍ୟାକ୍ଚର ହୋଇଛି । ଯାହା ଫଳରେ ସେ ବହୁତ ଯନ୍ତ୍ରଣାରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । କିନ୍ତୁ ଏହି ଖବର ତାଙ୍କ ଫ୍ୟାନ୍ସ ଶୁଣିବା ପରେ, ଏଥିପାଇଁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।
ତେବେ NBK ୧୦୯ ରେ ଉର୍ବଶୀ ରୌତେଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହି ଫିଲ୍ମର ସୁଟିଂ ପାଇଁ ସେ ହାଇଦ୍ରାବାଦରେ ପହଞ୍ଚିଥିଲେ । ଯାହାଫଳରେ ଏହି ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି । ଏବେ ଉର୍ବଶୀଙ୍କ ଫ୍ୟାନ୍ସ ତାଙ୍କ ହେଲଥ୍ ଅପ୍ଡେଟ୍ ବିଷୟରେ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ହସପିଟାଲରୁ ଏପର୍ଯ୍ୟନ୍ତ ଉର୍ବଶୀଙ୍କର କୌଣସି ଫଟୋ ଓ ଭିଡିଓ ସାମ୍ନାକୁ ଆସିନାହିଁ । ବର୍ତ୍ତମାନ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।
ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ଫିଲ୍ମ NBK ୧୦୯ ନଭେମ୍ବର ୨୦୨୩ରୁ ତିଆରି ହେବା ପାଇଁ ଯୋଜନା ଚାଲିଥିଲା । କୋଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ଦେଓଲ ମଧ୍ୟ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମରେ ଦୁଲକର ସଲମାନ ଏବଂ ପ୍ରକାଶ ରାଜ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଅକ୍ଟୋବର ୨୦୨୪ ସୁଦ୍ଧା ରିଲିଜ୍ କରାଯାଇପାରେ । ଏହି ଫିଲ୍ମ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।
ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ NBK ୧୦୯ ବ୍ୟତୀତ ଉର୍ବଶୀ ରୌତେଲାଙ୍କ ୱାର୍କଫ୍ରଣ୍ଟ ବିଷୟ କହିବାକୁ ଗଲେ,ଏହି ଅଭିନେତ୍ରୀଙ୍କ ପାଖରେ ସନ୍ନି ଦେଓଲ, ମିଥୁନ ଚକ୍ରବର୍ତ୍ତୀ ଏବଂ ସଞ୍ଜୟ ଦତ୍ତଙ୍କ ସହ ବାପ ଫିଲ୍ମ ମଧ୍ୟ ରହିଛି । ତାଙ୍କୁ ରଣଦୀପ ହୁଡାଙ୍କ ଅବିନାଶ ୨ ରେ ମଧ୍ୟ ଦେଖିବାକୁ ମିଳିବ ।