ଉର୍ବଶୀ ରୋତେଲାଙ୍କୁ ବିବାହ କଲେ ଗୌତମ ଗୁଲାଟୀ, ଫଟୋ ସେୟାର କରି କହିଲେ- ‘ଶୁଭେଚ୍ଛା ଜଣାଇବେନି!’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ଓ ଅଭିନେତା ଗୌତମ ଗୁଲାଟୀଙ୍କର ଏକ ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଉର୍ବଶୀ ବୋହୂ ବେଶରେ ଲାଲ୍‌ ଲେହେଙ୍ଗା ପିନ୍ଧିଥିବା ବେଳେ ଗୌତମ ଶେରଓ୍ଵାନୀ ପିନ୍ଧିଛନ୍ତି। ଫଟୋକୁ ଗୌତମ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଫଟୋରେ ଉଭୟ ଉର୍ବଶୀ ଓ ଗୌତମ ଅଗ୍ନିକୁଣ୍ଡ ଚାରିପଟେ ବୁଲୁଥିବା ଦେଖାଯାଇଛି। ଫଟୋ ସେୟାର କରି ଗୌତମ କ୍ୟାପସନ୍‌ରେ ଲେଖିଛନ୍ତି ‘ଶାଦି ମୁବାରକ ନେହିଁ ବୋଲେଙ୍ଗେ?’

ଗୌତମ ଓ ଉର୍ବଶୀଙ୍କ ଏହି ବିବାହ ଫଟୋ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ଆପଣ ଏହି ଫଟୋ ଦେଖି ଆଦୌ କନ୍‌ଫ୍ୟୁଜ୍‌ ହୁଅନ୍ତୁ ନାହିଁ। କାରଣ ଗୌତମ ଓ ଉର୍ବଶୀ ସତସତିକା ନୁହେଁ ବରଂ ଏକ ଫିଲ୍ମରେ ବିବାହ କରିଛନ୍ତି। ଏହା ସେହି ଫିଲ୍ମ ସୁଟିଂ ବେଳର ଫଟୋ। ରିପୋର୍ଟ ମୁତାବକ ଗୌତମ ଓ ଉର୍ବଶୀଙ୍କର ଏହି ଫଟୋ ତାଙ୍କ ଆଗାମୀ ଫିଲ୍ମ ‘ଭର୍ଜିନ୍‌ ଭାନୁପ୍ରିୟା’ର। ଏହି ଫିଲ୍ମ ଜି୫ରେ ରିଲିଜ୍‌ ହେବ।

ଏହି ଫିଲ୍ମ ଜୁଲାଇ ୧୬ରେ ରିଲିଜ୍‌ ହେବ। ଭର୍ଜିନ୍‌ ଭାନୁପ୍ରିୟାର ଟ୍ରେଲରକୁ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଉକ୍ତ ଭିଡିଓକୁ ୧୬ ଲକ୍ଷରୁ ଅଧିକ ଥର ସେୟାର କରାଯାଇଛି। ଟ୍ରେଲର ଦେଖିବା ପରେ ଫ୍ୟାନ୍‌ମାନେ ଏହି ଫିଲ୍ମକୁ ନେଇ ଖୁବ୍‌ ଏକ୍ସସାଇଟେଡ୍‌ ଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.