ମରୁଭୂମିରେ ଫଟୋଶୁଟ୍ ପାଇଁ ୨୫ ଲକ୍ଷ ଟଙ୍କାର ରେଡ୍ କଲରର ଗାଉନ ପିନ୍ଧିଲେ ଉର୍ବଶୀ ରୌତେଲା, ଫଟୋ ଦେଖି ଫ୍ଯାନ ହେଲେ ଆଶ୍ଚର୍ଯ୍ଯ

ବଲିଉଡ୍ ଅଭିନେତ୍ରୀ ଓ ମଡେଲ୍ ଉର୍ବଶୀ ରୌତେଲା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି ଏବଂ ଅନେକ ସମୟରେ ନିଜର ଫଟୋ ଓ ଭିଡ଼ିଓ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି । ନିକଟରେ ଉର୍ବଶୀ ରୌତେଲା ନିଜର ଅଫିସିଆଲ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଅନେକ ସୁନ୍ଦର ଗ୍ଲାମରସ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି ।
ଉର୍ବଶୀ ଫଟୋ ସେୟାର କରି ଲେଖିଛନ୍ତି @Soularabiaofficialର କଭରରେ ଆସିବାକୁ ଥିବା “ ମୁଁ ପ୍ରଥମ ଏସିଆଇ ଓ ଇଣ୍ଡିଆନ ଆକ୍ଟର ”। ଆଗକୁ ପୁଣି ଉର୍ବଶୀ ଲେଖିଛନ୍ତି ସ୍ୱପ୍ନ ସତ ହୋଇଥାଏ , କିନ୍ତୁ ସେତେବେଳେ ହୋଇଥାଏ , ଯେବେ ଆପଣ ତାଙ୍କୁ ପୁରା କରିବା ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି । କାରଣ ଆମର ସ୍ୱପ୍ନ ପାଇଁ ପୂର୍ଣ୍ଣ ଦାବି ଥାଏ ।
View this post on Instagram
ଉଲ୍ଲେଖନୀୟ ଯେ, ଉର୍ବଶୀ ରୌତେଲା ନିକଟରେ ଅରବର ପ୍ରସିଦ୍ଧ ମ୍ୟାଗାଜିନ୍ ସୋଲର କଭର ପେଜ୍ ପାଇଁ ଫଟୋସୁଟ୍ କରିଛନ୍ତି, ଯେଉଁଥିରେ ସେ ଖୁବ୍ ଗ୍ଲାମରସ୍ ନଜର ଆସିଛନ୍ତି। ଏହି ଅଭିନେତ୍ରୀ ନିଜର ଇନଷ୍ଟା ଷ୍ଟୋରୀରେ ଅନେକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି , ଯେଉଁଥିରେ ସେ ମରୁଭୂମିରେ ଠିଆ ହୋଇ ପୋଜ୍ ଦେବାର ନଜର ଆସୁଛନ୍ତି। କିନ୍ତୁ ଏହି ଫଟୋକୁ ନେଇ ସବୁଠୁ ଅଧିକ ଖାସ୍ କଥା ଏହା ସାମନାକୁ ଆସିଛି କି, ଏହି ଫଟୋରେ ଉର୍ବଶୀ ଯେଉଁ ରେଡ୍ କଲରର ଗାଉନ୍ ପିନ୍ଧିଛନ୍ତି ଏହାର ଦାମ୍ ୨୫ ଲକ୍ଷ ଟଙ୍କା।