ଚିରା ଷ୍ଟକିଙ୍ଗ୍‌ସ ପିନ୍ଧି ଏୟାରପୋର୍ଟରେ ସ୍ପଟ୍‌ ହେଲେ ଉର୍ବଶୀ ରୌତେଲା, ଏମିତି କହି ଟ୍ରୋଲ୍‌ କଲେ ଲୋକେ…ଜାଣନ୍ତୁ କିଏ କ’ଣ କହିଲେ

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କ୍ରିକେଟର ରିଷଭ୍‌ ପନ୍ତଙ୍କ ସହ ତାଙ୍କ ନାମକୁ ପ୍ରାୟତଃ ଯୋଡ଼ା ଯାଇଥାଏ ଏବଂ ଏହି କାରଣରୁ ସେ ଲାଇମ୍‌ଲାଇଟରେ ରୁହନ୍ତି। ନିକଟରେ ରିଷଭ୍‌ ପନ୍ତ୍‌ଙ୍କ ଆକ୍ସିଡେଣ୍ଟ ପରେ ଅଭିନେତ୍ରୀ ଲଗାତାର ଭାବେ ନିଜର ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। କେତେବେଳେ ନାଁ ନ ନେଇ ପନ୍ତ୍‌ଙ୍କ ଆରୋଗ୍ୟ କାମନା କରୁଛନ୍ତି ତ କେତେବେଳେ ହସ୍ପିଟାଲର ଫଟୋ ସେୟାର କରି ସେ ଟ୍ରୋଲ ମଧ୍ୟ ହେଉଛନ୍ତି। ଅବଶ୍ୟ, ଏଥର ଅଭିନେତ୍ରୀ ‘ଫଟା’ ଷ୍ଟକିଙ୍ଗ୍‌ସ ପିନ୍ଧିବା କାରଣରୁ ଟ୍ରୋଲର୍ସଙ୍କ ଟାର୍ଗେଟ୍‌କୁ ଆସିଛନ୍ତି।

ରବିବାର ଉର୍ବଶୀ ବ୍ଲାକ୍‌ ଷ୍ଟକିଙ୍ଗ୍‌ସ ସହ ପିଙ୍କ୍‌ ଡ୍ରେସ୍‌ରେ ଏୟାରପୋର୍ଟରେ ସ୍ପଟ୍‌ ହୋଇଥିଲେ। ଏହି ସମୟରେ ଯେଉଁ ଜିନିଷ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା, ତାହା ଥିଲା ତାଙ୍କର ଫାଟି ଯାଇଥିବା ଷ୍ଟକିଙ୍ଗସ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ଲୋକେ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ।

ଟ୍ରୋଲର୍ସଙ୍କ ଭିତରୁ ଜଣେ ଲେଖିଥିଲେ ଯେ ‘ଏହି ଲୋକମାନେ ବି କ’ଣ ସକ୍ସ ଫାଟିଯିବା ପରେ ତାହାକୁ ବଦଳାନ୍ତିନି’। ଅନ୍ୟ ଜଣେ ଲେଖିଥିଲେ, ‘ତାଙ୍କ ଷ୍ଟକିଙ୍ଗ୍‌ସ କେମିତି ଫାଟିଗଲା’। ଆଉ ଜଣେ ଲେଖିଥିଲେ କି, ‘ଭଉଣୀ ଷ୍ଟକିଙ୍ଗ୍‌ସ ନୂଆ କିଣିଦିଅ। ଏତେ ବି ଆପଣ ଗରିବ ନୁହଁନ୍ତି। ଅନଲାଇନ୍‌ ମଗାଇଦିଅ, ଫଟା ପିନ୍ଧନାହିଁ…ନା ଏହା ବି କିଛି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ’।

୫ ଜାନୁୟାରୀରେ ଉର୍ବଶୀ ରୌତେଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିଜ୍‌ରେ ଏକ ହସ୍ପିଟାଲର ଫଟୋ ସେୟାର କରିଥିଲେ। କାରଣ, ଏହି ହସ୍ପିଟାଲରେ ରିଷଭ୍‌ ପନ୍ତ୍‌ଙ୍କୁ ଶିଫ୍ଟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.