ଫ୍ୟାନ୍‌ଙ୍କୁ ଧୋକା ଦେଲେ ଉର୍ବଶୀ, ସୋସିଆଲ ମିଡିଆରେ ପୁଣିଥରେ ହେଲେ ଟ୍ରୋଲର ଶିକାର

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡ଼ୁଛି। ଉର୍ବଶୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ମଧ୍ୟ ଭାଇରାଲ ହେଉଛି। ଏଥିପାଇଁ ଉର୍ବଶୀ ବହୁତ ଦୁଃଖିତ ଅଛନ୍ତି। ତେବେ ଉର୍ବଶୀ ତାଙ୍କ ଫ୍ୟାନ୍ସଙ୍କୁ ଧୋକା ଦେଇଛନ୍ତି। ଫଳରେ ସେ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି ବୋଲି କୁହାଯାଉଛି।

ନିକଟରେ ଉର୍ବଶୀ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଟ୍ଵିଟ୍‌ କରିଥିଲେ। ଟ୍ଵିଟ୍‌ରେ ସେ #AskUrvashi ସେସନ୍‌ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ଉର୍ବଶୀ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବେ, ଯଦିଓ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ନୁହେଁ। କିନ୍ତୁ ଉର୍ବଶୀ କୌଣସି ପ୍ରଶଂସକଙ୍କ ଗୋଟିଏ ପ୍ରଶ୍ନର ବି ଉତ୍ତର ନ ଦେଇଥିବାରୁ ତାଙ୍କୁ ବର୍ତ୍ତମାନ ଜବରଦସ୍ତ ଟ୍ରୋଲ କରାଯାଉଛି।


ପ୍ରଶଂସକମାନେ କହିଛନ୍ତି ଯେ ସେମାନଙ୍କୁ ପ୍ରତାରଣା ଦିଆଯାଇଛି। ଅନ୍ୟପଟେ ଆଉ ଜଣେ ଟ୍ଵିଟର ୟୁଜର୍ସ ତାଙ୍କୁ ଟ୍ରୋଲ କରି ପୁଣିଥରେ ମିମ୍ସ ଭାଇରାଲ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଉର୍ବଶୀ ରୌତେଲାଙ୍କ TEDx ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ସେ ବିଷୟରେ ଅଧିକ ଆଲୋଚନା କରାଯାଇନଥିଲା। କିନ୍ତୁ ଏବେ ଅଭିଯୋଗ ହେଉଛି ଯେ ଉର୍ବଶୀ ଭାଷଣ ଚୋରି କରିଛନ୍ତି। କୁହାଯାଉଛି ଯେ ଉର୍ବଶୀ ଦେଇଥିବା ଭାଷଣ ଇସାବେଲ ଆଲେଣ୍ଡେ, ଚିମାମଣ୍ଡା ନଗୋଜି ଆଡିଚି, ଡାନିଏଲ ହେ ପିଙ୍କ, ବ୍ରେନ୍‌ ବ୍ରାଉନ ପରି ଅନେକ ବଡ଼ ବଡ଼ ବକ୍ତାଙ୍କର ଭାଷଣର ନକଲ। ସେ ଭାଷଣ ଚୋରି କରି ନିଜେ ବକ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ ଆସିଛି।

Also Read: କ୍ଷେପଣାସ୍ତ୍ର ନୁହେଁ, ଏବେ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ରୁଷ

You might also like