ମନୋରଂଜନ

ଶେଷକୁ ଏୟା କଲେ ଉର୍ବଶୀ! ରିଷଭ୍‌ ପନ୍ତ୍‌ଙ୍କ ସିଲ୍‌ଭର ଚେନ୍‌ ମାଗି ଆଣି ପିନ୍ଧିଲେ…ଟି୨୦ ମ୍ୟାଚ୍‌ ଭିତରେ ଭାଇରାଲ ହେଲା VIDEO

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ବିଗତ ଅନେକ ଦିନରୁ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହାର ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ବିଲ୍‌କୁଲ ସେମିତି ହିଁ ଏକ ସିଲ୍‌ଭର ଚେନ୍‌ ପକାଇଛନ୍ତି, ଯେମିତି ରିଷଭ୍‌ ପନ୍ତ ପିନ୍ଧିଛନ୍ତି। କହି ରଖୁଛୁ, ଏହି ସମୟରେ ରିଷଭ ପନ୍ତ ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ସେଠାରେ ଅଭିନେତ୍ରୀ ମଧ୍ୟ ଇଣ୍ଡିଆଜ୍‌ ସ୍କ୍ଵାଡ୍‌ର ଜଣେ ଅଂଶ। ନିକଟରେ ସେ ଏହାସହ ଜଡ଼ିତ ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ଉର୍ବଶୀ ଏହି ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ବ୍ରାଣ୍ଡକୁ ପ୍ରମୋଟ୍‌ କରୁଥିବାର ନଜର ଆସୁଛନ୍ତି। ଭିଡିଓରେ ଅଭିନେତ୍ରୀ ଏକ ଅଫ୍‌-ଶୋଲ୍‌ଡର ପର୍ପଲ ଡ୍ରେସ୍‌ ପିନ୍ଧିଥିବାର ଦେଖାଯାଉଛନ୍ତି। ଏଥି ସହିତ ସେ ନିଜର ଏହି ଆଉଟ୍‌ଫିଟ୍‌କୁ ସିଲ୍‌ଭର ଏବଂ ଡାଇମଣ୍ଡ ଚେନ୍‌ ସହିତ ପେୟାର କରିଛନ୍ତି। ଭିଡିଓ ଦେଖିଲା ପରେ ନେଟିଜେନ୍ସଙ୍କୁ ଲାଗୁଛି କି, ଏହି ଚେନ୍‌ ରିଷଭ୍‌ ପନ୍ତ ହିଁ ତାଙ୍କୁ ଦେଇଛନ୍ତି। କାହିଁକି ନା, କ୍ରିକେଟର ମଧ୍ୟ ଏହି ପ୍ରକାର ଚେନ୍‌ ପିନ୍ଧି ଥାଆନ୍ତି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି କି, ‘ଏବେ ବେକରେ ପନ୍ତ ଭାଇଙ୍କ ଚେନ୍‌ ବି ଆସି ଯାଇଛି’।

କହି ରଖୁଛୁ, ୨୦୧୮ରେ ଗୁଜବ ଉଠିଥିଲା କି, ଉର୍ବଶୀ ଓ ପନ୍ତ୍‌ ପରସ୍ପରକୁ ଡେଟ୍‌ କରୁଛନ୍ତି। ବାସ୍ତବରେ, ଦୁଇ ଜଣଙ୍କୁ ଅନେକ ବାର ମୁମ୍ବାଇରେ ଫେମସ୍‌ ରେଷ୍ଟୁରାଣ୍ଟ ଏବଂ ପାର୍ଟିଗୁଡ଼ିକରେ ଏକାଠି ସ୍ପଟ୍‌ କରାଯାଇଥିଲା। କିନ୍ତୁ ଏହାପରେ ରିଷଭ୍‌ ପନ୍ତ ଗୁଜବକୁ ଖାରଜ କରି ଇଶା ନେଗୀଙ୍କ ସହ ନିଜ ସମ୍ପର୍କର ଘୋଷଣା କରିଥିଲେ। କ୍ରିକେଟର ଇନ୍‌ଷ୍ଟାଗ୍ରାମରେ ଇଶାଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ କି, ‘ବାସ୍‌ ଆପଣଙ୍କୁ ଖୁସି କରିବାକୁ ଚାହୁଁଛି, କାହିଁକି ନା, ଆପଣ ହିଁ ମୋ ଖୁସିର କାରଣ’।

Roshni

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

9 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago