ରିଷଭ ପନ୍ଥ ଓ ଉର୍ବଶୀ ରୌତେଲାଙ୍କ ନୂଆ ଅଧ୍ୟାୟ ଆରମ୍ଭ : ରିଷଭଙ୍କ ଜନ୍ମ ଦିନରେ ଫ୍ଲାଇଙ୍ଗ କିସ ଦେଳେ ଉର୍ବଶୀ

କ୍ରିକେଟରଙ୍କ ପ୍ରେମରେ ଅଭିନେତ୍ରୀ ପଡୁଥିବାର ବହୁତ ନଜିର ରହିଛି । ସେହିପରି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ପଛରେ ନାହାଁନ୍ତି । କ୍ରିକେଟର ରିଷଭ ପନ୍ଥଙ୍କ ପ୍ରେମରେ ମଧ୍ୟ ସେ ଖୁବ ପଡିଥିଲେ । ଏପରିକି ବିଭିନ୍ନ ସାଧାରଣ ସ୍ଥାନରେ ମଧ୍ୟ ରିଷବଙ୍କୁ ନେଇ ଉର୍ବଶୀ ବହୁତ ଶସ୍ତା କଥା କହିଥିଲେ । ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ଏହାକୁ ରିଷବ ଜାଣିବା ପରେ ସେ ମଧ୍ୟ ସୋସିଆଲ ମିଡିଆରେ ଏକ ଷ୍ଟୋରୀ ‘ ମେରି ପିଛା ଛୋଡ ଦେ ବହନ’ ବୋଲି ଲେଖି ସେୟାର କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ କୋଲ୍ଡ ଓ୍ଵାର ଆରମ୍ଭ ହୋଇଥିଲା । ପରେ ଉର୍ବଶୀ ଏକ କାର୍ଯ୍ୟକ୍ରମରେ ରିଷବଙ୍କ ନାମ ନନେଇ ତାଙ୍କୁ କ୍ଷମା ମାଗିଥିବାର ଦେଖାଯାଇଥିଲା ।

 

View this post on Instagram

 

A post shared by Urvashi Rautela (@urvashirautela)

ଆଜି ରିଷବଙ୍କ ଜନ୍ମ ଦିନ ଅବସରରେ ଉର୍ବଶୀ ତାଙ୍କୁ ଏକ ଫ୍ଲାଇଙ୍ଗ କିସ ଦେଇ ‘ହାପି ବାର୍ଥ ଡେ’ କହିଛନ୍ତି । ଯାହାର ଭିଡିଓ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯଦିଓ ଏହି ଭିଡିଓରେ ଉର୍ବଶୀ ରିଷବଙ୍କ ନାମ ନେଇ ନାହାଁନ୍ତି, ତେବେ ଖାଲି ‘ହାପି ବାର୍ଥଡେ’ ଲେଖିଛନ୍ତି । ପୂର୍ବ ଘଟଣାକୁ ଦୃଷ୍ଟି ଦେଲେ ଉର୍ବଶୀ ଯେ ରିଷବଙ୍କୁ ଏହି ବାର୍ଥ ଡେ ଓ୍ଵିଶ ଜଣାଇଛନ୍ତି, କହିବା ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.