ଐଶ୍ୱର୍ଯ୍ୟାଙ୍କ ଷ୍ଟାଇଲକୁ କପି କରୁଛନ୍ତି ଉର୍ବଶୀ! ନୀଳ ରଙ୍ଗର ଲିପ୍‌ଷ୍ଟିକ୍‌ ପାଇଁ ହେଉଛନ୍ତି ଟ୍ରୋଲ୍‌

ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅନେକ ଅଭିନେତ୍ରୀମାନେ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା ଏହି ଫେଷ୍ଟିଭାଲରେ। ସେ କାନ୍ସ ଫେଷ୍ଟିଭାଲ ପାଇଁ ଫ୍ରାନ୍ସରେ ଥିବା ବେଳେ ଭାଇରାଲ୍‌ ଫଟୋରେ ସେ ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ବର୍ତ୍ତମାନ ସେ ଟ୍ରୋଲ୍‌ ର ଶିକାର ହୋଇଛନ୍ତି।

ନୂଆଦିଲ୍ଳୀ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କ୍ରିକେଟର ରିଷଭ୍‌ ପନ୍ତଙ୍କ ସହ ତାଙ୍କ ନାମକୁ ପ୍ରାୟତଃ ଯୋଡ଼ା ଯାଇଥାଏ। ବିଭିନ୍ନ କାରଣକୁ ନେଇ ସେ ଲାଇମ୍‌ଲାଇଟରେ ରୁହନ୍ତି। ବଲିଉଡରେ ଯେତେ ଅଭିନେତ୍ରୀ ଅଛନ୍ତି, ସମସ୍ତଙ୍କ ଭିତରୁ ସବୁବେଳେ ଇଣ୍ଟରନେଟ୍‌ରେ ସେନ୍ସେସନ ବନୁଥିବା ଉର୍ବଶୀ ରୌତେଲା ପୁଣି ଏବେ ଇଣ୍ଟରନେଟ୍‌ରେ ଛାଇ ହୋଇ ଯାଇଛନ୍ତି ।

ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅନେକ ଅଭିନେତ୍ରୀମାନେ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା ଏହି ଫେଷ୍ଟିଭାଲରେ। ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ସଭିଏଁ ତାଜୁବ୍ ହୋଇଯାଇଥିଲେ। ଉପସ୍ଥିତ ଦର୍ଶକ ତଥା ଫଟୋଗ୍ରାଫର ମାନେ ଉର୍ବଶୀଙ୍କ ଉପରୁ ଆଖି ହଟାଇ ପାରିନଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କର କିଛି ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସେ କାନ୍ସ ଫେଷ୍ଟିଭାଲ ପାଇଁ ଫ୍ରାନ୍ସରେ ଥିବା ବେଳେ ଭାଇରାଲ୍‌ ଫଟୋରେ ସେ ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ବର୍ତ୍ତମାନ ସେ ଟ୍ରୋଲ୍‌ ର ଶିକାର ହୋଇଛନ୍ତି। ଉର୍ବଶୀ ତାଙ୍କ ଗାଉନ୍‌କୁ ମ୍ୟାଚ୍‌ କରି ଲିପ୍‌ଷ୍ଟିକ୍‌ ଲଗାଇଥିବା ବେଳେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କୁ ଅନୁକରଣ କରୁଥିବା କହିଛନ୍ତି। ଆପଣଙ୍କର ମନେଥିବ ଯେ କିଛି ବର୍ଷ ତଳେ ବାଇଗଣୀ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହୋଇଥିଲେ ବିଶ୍ୱ ସୁନ୍ଦରୀ।

ଉର୍ବଶୀ ନିଜେ ତାଙ୍କର ଏହି ଫଟୋକୁ ସୋସିଆଲ୍‌ ମିଡିଆ‌ରେ ସେୟାର କରିଛନ୍ତି। ଯାହାପରେ ଟ୍ରୋଲର୍ସମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫଟୋରେ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ‘ଋଷଭ ପନ୍ଥଙ୍କ ଚକ୍କରରେ ନିଜର ଏ କେମିତି ଅବସ୍ଥା କରିଛ ଉର୍ବଶୀ ?’ ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଡୋରେମନ୍‌ର ଭଉଣୀ ଭଳି ଦେଖାଯାଉଛ’।

ତେବେ ଅପରପକ୍ଷେ ଉର୍ବଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କାନ୍ସ ଫେଷ୍ଟିଭାଲର ଏକ ଭିଡିଓ ନିକଟରେ ପୋଷ୍ଟ କରିଥିଲେ। ସେ ରେଡ କାର୍ପେଟରେ ଯାଉଥିବା ‌ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଚିହ୍ନି ନପାରି ଐଶ୍ୱର୍ଯ୍ୟା ରାଏ ବୋଲି ଡାକିଥିଲେ। ଯାହାର ଭିଡିଓ ବି ଦେଖିବାକୁ ମିଳିଥିଲା। ଏହି ଭିଡିଓ ପୋଷ୍ଟ୍‌ ହେବା ପରେ ମଧ୍ୟ ଲୋକେ ଉର୍ବଶୀଙ୍କୁ ଟ୍ରୋଲ କରି କରିଥିଲେ କି, ‌‘ସେ ଐଶ୍ୱର୍ଯ୍ୟାଙ୍କ ଷ୍ଟାଇଲକୁ କପି କରୁଛନ୍ତି। ତାଙ୍କର ନିଜସ୍ଵ ଷ୍ଟାଇଲ ନାହିଁ।’

ତେବେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ କିଛିଦିନ ହେଲାଣି ଏମିତି ଲଗାତାର ଟ୍ରୋଲିଂର ଶିକାର ହେଉଛନ୍ତି। ଉର୍ବଶୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରଲ ହେଉଛି ଆଉ କିଛି କାରଣ ଯୋଗୁଁ ଟ୍ରୋଲିଂର ଶିକାର ହେବାକୁ ପଡୁଛି ତାଙ୍କୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.