ପିଏମ ମୋଦିଙ୍କ ଟ୍ୱିଟକୁ କପି କରି ଟ୍ରୋଲ୍‌ ହେଲେ ଏହି ବଲିଉଡ ଅଭିନେତ୍ରୀ

ଶନିବାର ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶାବନା ଆଜମୀ ଗଭୀର ଭବେ ଆହତ ହୋଇଛନ୍ତି । ଗଭୀର ଭାବେ ଆହତ ହୋଇଥିବା ଶାବନାଙ୍କୁ ପନବେଳ ସ୍ଥିତ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ମୁମ୍ବାଇ ସ୍ଥିତ କୋକିଳାବେନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ବଲିଉଡ ସମେତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟର ଯୋଗେ ପ୍ରାର୍ଥନା କରିଛନ୍ତି । କିନ୍ତୁ ଅଭିନେତ୍ରୀ ଉର୍ବଶୀ ରଉତାଲାଙ୍କ ଟ୍ୱିଟକୁ ଟ୍ରୋଲ୍‌ କରିଛନ୍ତି ୟୁଜର୍ସ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି କି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟକୁ ସମ୍ପୂର୍ଣ ରୂପେ କପି କରିଦେଇଛନ୍ତି । ପିଏମ ମୋଦି ନିଜ ଟ୍ୱିଟରରେ ଲେଖିଥିଲେ କି ଶାବନା ଆଜମୀଙ୍କର ଦୁର୍ଘଟଣାରେ ଆହତ ହେବା ଖୁବ ଦୁଃଖଦାୟକ ।

sabna ajmi

ତାଙ୍କ ଶୀଘ୍ର ସୁସ୍ଥତା ପାଇଁ କାମନା କରୁଛି । ମୋଦିଙ୍କ ଟ୍ୱିଟ ପରେ ଉର୍ବଶୀ ଟ୍ୱିଟ କରିଥିବା ବେଳେ ତାଙ୍କ ଟ୍ୱିଟ ବାର୍ତ୍ତାଟି ମୋଦିଙ୍କ ଟ୍ୱିଟ ସହ ସମ୍ପୂର୍ଣ ରୂପେ ମିଶି ଯାଇଥିଲା । ତେଣୁ ୟୁଜର୍ସ ମାନେ ଉର୍ବଶୀଙ୍କ ଉପରେ ଆରୋପ କରି କହିଥିଲେ କି ସେ ପିଏମଙ୍କ ଟ୍ୱିଟକୁ କପି ପେଷ୍ଟ କରିଦେଇଛନ୍ତି । ଏହି ଘଟଣା ପୂର୍ବରୁ ଉର୍ବଶୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଏକ ଗୀତ ଉପରେ ଡାନ୍ସ କରୁଥିବାର ନଜର ଆସିଥିଲେ । ଉର୍ବଶୀ ଶେଷ ଥର ‘ପାଗଳପନ୍ଥୀ’ ସିନେମାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.